କରୋନା ମୁକାବିଲା : ବୟସ୍କ ଲୋକଙ୍କୁ ସାହାଯ୍ୟ ପାଇଁ ଭୁବନେଶ୍ୱରରେ ଆରମ୍ଭ ହେଲା ଅଭିଯାନ, ସ୍ୱେଚ୍ଛାସେବୀ ଭାବେ ହାତ ବଢାନ୍ତୁ ବୟସ୍କଙ୍କୁ ସହାୟତା କରନ୍ତୁ । 

469

କନକ ବ୍ୟୁରୋ  : କରୋନା ଭାଇରସ ମୁକାବିଲା ପାଇଁ ରାଜଧାନୀ ଭୁବନେଶ୍ୱରରେ ଅଭିନବ ଉଦ୍ୟମ । କୋଭିଡ- ୧୯ ପାଇଁ ଘରୁ ବାହାରକୁ ବାହାରି ପାରୁନଥିବା ବୟସ୍କଙ୍କ ସହାୟତା ପାଇଁ ଆରମ୍ଭ ହେଲା କାର୍ଯ୍ୟକ୍ରମ  । ଆପଣ ଚାହିଁଲେ ସ୍ୱେଛାସେବୀ ସାଜି ବୟସ୍କଙ୍କୁ ସାହାଯ୍ୟ ସହଯୋଗର ହାତ ବଢାଇପାରିବେ ।  ବାହାରକୁ ଆସିପାରୁନଥିବା ବୟସ୍କଙ୍କୁ କିଭଳି ସହାୟତା କରିପାରିବେ ଏନେଇ ସେମାନଙ୍କୁ ପରାମର୍ଶ ଦିଆଯିବ । ଆପଣ ଯେଉଁଠି ଥିଲେ ବି ଏହି ଅଭିଯାନରେ ସାମିଲ ହୋଇପାରିବେ । ତେବେ ସ୍ଥାନୀୟ ସ୍ୱେଚ୍ଛାସେବୀଙ୍କୁ ଏଥିରେ ଅଧିକରୁ ଅଧିକ ମାତ୍ରାରେ ସାମିଲ କରାଯିବ । ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ପ୍ରଥମେ ଆପଣଙ୍କୁ ନିଜ ବାବଦରେ କିଛି ତଥ୍ୟ ଦେବାକୁ ପଡିବ । ଆବଶ୍ୟକ ପଡିଲେ ଏହି ତଥ୍ୟକୁ ଉପଯୁକ୍ତ ଅଧିକାରୀଙ୍କ ସହ ସେୟାର କରାଯିବ । ବୟସ୍କ ଲୋକଙ୍କ ସୁରକ୍ଷାକୁ ନଜରରେ ରଖି ଏଭଳି ନିଷ୍ପତି ନିଆଯାଇଛି ।

ତେବେ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ହେଲେ ଆପଣଙ୍କୁ ପ୍ରଥମେ https://docs.google.com/forms/d/e/1FAIpQLSdJg2L90e5TWwWnrgqj-qraV1mVio3EHyiKSFRi50mMUbwzaQ/viewformଲିଙ୍କରେ କ୍ଲିକ କରିବାକୁ ପଡିବ । ଲିଙ୍କରେ କ୍ଲିକ କରିବା ପରେ ଯେଉଁ ପେଜ ଖୋଲିବ ସେଥିରେ ଥିବା ଫର୍ମରେ ଆବଶ୍ୟକୀୟ ତଥ୍ୟ ଦେଇ ସ୍ୱେଚ୍ଛାକୃତ ସ୍ୱେଚ୍ଛାସେବୀ ଭାବେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ ।

କରୋନା ମୁକାବିଲା ପାଇଁ ଗୋଟିଏ ପଟେ ରାଜ୍ୟ ସରକାର ଅଣ୍ଟା ଭିଡିଥିବା ବେଳେ ସାଧାରଣ ଲୋକ ମଧ୍ୟ ସାଥ୍ ଦେଉଛନ୍ତି । ସରକାରଙ୍କୁ ପକ୍ଷରୁ ସମସ୍ତଙ୍କୁ ସଚେତନ ରହିବା ସହ ଯେତେଦୂର ସମ୍ଭବ ଘରେ ରହିବାକୁ ପରାମର୍ଶ ଦିଆଯାଉଛି । ଖାସକରି ଭିଡ ଅଞ୍ଚଳକୁ ନ ଯିବାକୁ କୁହାଯାଉଛି । ପ୍ରତିଷେଧକ ନ ବାହାରିବା ପର୍ଯ୍ୟନ୍ତ ସଚେତନତା ଓ ସତର୍କତା ଜରିଆରେ ଏହାକୁ ପ୍ରତିରୋଧ କରିବାକୁ ସରକାରଙ୍କ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି ।