ଭାରତୀ ଏୟାରଟେଲ ଏବଂ ଟିପିଏନଓଡିଏଲ ମଧ୍ୟରେ ଚୁକ୍ତି ସ୍ୱାକ୍ଷର। ୪ ହଜାରରୁ ଅଧିକ ବ୍ୟାଙ୍କିଙ୍ଗ ଆଉଟଲେଟରେ ବିଲ ପୈଠ କରିପାରିବେ ଉପଭୋକ୍ତା।
କନକ ବ୍ୟୁରୋ: ରାଜ୍ୟରେ ବିଦ୍ୟୁତ ବିଲ ପେମେଣ୍ଟସର ସମାଧାନ ପାଇଁ ପଦକ୍ଷେପ ନେଇଛି ଟାଟା ପାୱାର । ସମନ୍ୱିତ ବିଲ ପୈଠର ସମାଧାନ ପାଇଁ ଭାରତୀ ଏୟାରଟେଲ ସହ ବୁଝାମଣା କରାଯାଇଛି । ଟାଟା ପାୱାର ଓ ରାଜ୍ୟ ସରକାରଙ୍କ ଯୌଥ ଉଦ୍ଦ୍ୟୋଗ ଟିପିନର୍ଦ୍ଦନ ଓଡିଶା ଡିଷ୍ଟ୍ରିବୁସନ ଲିମିଟେଡ ୨୦ ଲକ୍ଷରୁ ଅଧିକ ପଞ୍ଜୀକୃତ ଗ୍ରାହକଙ୍କ ପାଇଁ ଏହି ପଦକ୍ଷେପ ନେଇଛି । ଏହା ହେବା ଦ୍ୱାରା ୪ ହଜାରରୁ ଅଧିକ ବ୍ୟାଙ୍କିଂ ଆଉଟଲେଟରେ ବିଲ ପୈଠ କରିପାରିବେ ଉପଭୋକ୍ତା । କେବଳ ଏତିକି ନୁହେଁ ଏୟାରଟେଲ ପେମେଣ୍ଟ ବ୍ୟାଙ୍କ ଜରିଆରେ ଟିପିଏନଓଡିଏଲ ଗ୍ରାହକ ନିର୍ଦ୍ଧାରିତ ତାରିଖର ବିଲ ପୈଠ କଲେ ତାଙ୍କୁ ୫ ପ୍ରତିଶତର ରିହାତି ମିଳିବ ।

Kanak News is now on WhatsApp
Join and get latest news updates delivered to you via WhatsApp
ଏହି ପ୍ରକ୍ରିୟାକୁ ସରଳ କରିବା ପାଇଁ ଗ୍ରାହକଙ୍କୁ କେବଳ ଷ୍ଟୋରକୁ ଯାଇ ନିଜର ଯୋଗାଯୋଗ ନମ୍ବର ତଥା ମୋବାଇଲ ନମ୍ବର ଏବଂ ଗ୍ରାହକ ନମ୍ବର ଦେବାକୁ ପଡିବ । ଏହା ପରେ ସେଠାରେ ଗୋଟିଏ ଓଟିପି ମିଳିବ ଯାହା ତାଙ୍କୁ ପେମେଣ୍ଟ ସହିତ ବ୍ୟବସାୟୀଙ୍କୁ ଦେବାକୁ ପଡିବ । ନିର୍ଦ୍ଧାରିତ ତାରିଖରେ ଯେଉଁମାନେ ଏହିଭଳି ବିଲ ପୈଠ କରିବେ ତାଙ୍କୁ ୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ରିହାତି ମିଳିବ ।
ଚୁକ୍ତି ବୁଝାମଣା ସମୟରେ ଟିପିଏନଓଡିଏଲର ସିଇଓ ଭାସ୍କର ସରକାର, ଟିପିଏନଓଡିଏଲ ଗ୍ରାହକ ସହାୟତା ସେବା ମୁଖ୍ୟ ସୁନିଲ ଭଟ୍ଟର, ଟିପିଏନଓଡିଏଲ ମାନବ ସମ୍ବଳ ଓ ପ୍ରଶାସନିକ ମୁଖ୍ୟ ବଲ୍ଲଭ ସିଂହ, ଟିପିଏନଓଡିଏଲର ପିଆରଓ ଚିତ୍ତରଞ୍ଜନ ପ୍ରଧାନ, ଏୟାରଟେଲର ବରିଷ୍ଠ ଉପସଭାପତି ପ୍ରସାଦ ରାଉତରାୟ, ଏୟାରଟେଲର ପେମେଣ୍ଟ ବ୍ୟାଙ୍କ ଓଡିଶା ମୁଖ୍ୟ ବିଶ୍ୱଜିତ ମହାପାତ୍ର, ଏୟାରଟେଲ ଓଡିଶା ଆଲାଏନ୍ସ ମୁଖ୍ୟ ପ୍ରଶାନ୍ତ ମିଶ୍ର ଉପସ୍ଥିତ ରହିଥିଲେ ।
ଟିପିନର୍ଦ୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାସ୍କର ସରକାର କହିଛନ୍ତି ଯେ, “ଏୟାରଟେଲ୍ ପେମେଣ୍ଟସ ବ୍ୟାଙ୍କର ବ୍ୟାପକ ଡିଜିଟାଲ୍ ବ୍ୟାଙ୍କିଙ୍ଗ ମଡେଲ୍କୁ ବ୍ୟବହାର କରି ଆମର ୨୦ ଲକ୍ଷ ଗ୍ରାହକଙ୍କୁ ଏକ ନିରବଚ୍ଛିନ୍ନ ଡିଜିଟାଲ୍ ପେମେଣ୍ଟ ବିକଳ୍ପ ପ୍ରଦାନ କରିବାଲାଗି ଏହା ସହିତ ସହଯୋଗିତା ସ୍ଥାପନ କରିଥିବାରୁ ଆମେ ବହୁତ ଖୁସି । ଏହି ସହଯୋଗିତା ଜରିଆରେ ଆମେ ବାସ୍ତବ ସମୟ ଓ ସୁରକ୍ଷିତ ପେେମେଣ୍ଟ ବ୍ୟବସ୍ଥା ସହ ଆମର ଗ୍ରାହକଙ୍କୁ ସଶକ୍ତ କରିପାରିବୁ, ଯାହା ନିୟମିତ ବ୍ୟାଙ୍କିଙ୍ଗ ସମୟ ପରେ ମଧ୍ୟ ଓ ସପ୍ତାହର ସାତ ଦିନ ଉପଲବ୍ଧ ହେବ । ଆମର ନଗଦ ସଂଗ୍ରହ ପ୍ରକ୍ରିୟାର ଏହା ଡିଜିଟାଲ୍କରଣ କରିବ ଏବଂ ଆମର ନଗଦ ପରିଚାଳନା ପଦ୍ଧତିକୁ ବ୍ୟବସ୍ଥିତ କରିବ । ପୁନଶ୍ଚ, ଏହି ବ୍ୟବସ୍ଥା ସହ ପେମେଣ୍ଟ ଚକ୍ରକୁ ହ୍ରାସ କରାଯାଇପାରିବ ବୋଲି ଆକଳନ କରାଯାଇଛି’’
ସେହିଭଳି ଭାରତୀ ଏୟାରଟେଲର ଚିଫ୍ ଅପରେଟିଂ ଅଫିସର ସୌମେନ୍ଦ୍ର ସାହୁ କହିଛନ୍ତି ଯେ, “ବିଦ୍ୟୁତ୍ ନିୟାମକ ସଂଶୋଧନ ବିଲ୍ ସଂସଦରେ ଉପସ୍ଥାପନ କରାଯାଇଥିବାରୁ ଭାରତର ବିଦ୍ୟୁତ୍ କ୍ଷେତ୍ରରେ ବଡ଼ଧରଣର ପରିବର୍ତନ ଦ୍ୱାରଦେଶରେ ରହିଛି । ଟିପିଏନ୍ଓଡିଏଲ୍ ସହିତ ସହଯୋଗିତା ସ୍ଥାପନ କରିଥିବାରୁ ଏୟାରଟେଲ୍ ବେଶ ଆନନ୍ଦିତ, ଯାହା ରାଜସ୍ୱ ବାଟବାରଣାକୁ ହ୍ରାସ କରିବା ଲାଗି ପ୍ରଯୁକ୍ତି ସହିତ ଉଭୟ ଫ୍ରଣ୍ଟ ଏଣ୍ଡ୍ ଓ ବ୍ୟାକ୍ ଏଣ୍ଡ୍ ସମନ୍ୱିତ କରି ଏହି କ୍ଷେତ୍ରରେ ଆଗୁଆ ପଦକ୍ଷେପ ଗ୍ରହଣ କରିବାରେ ଅନ୍ୟତମ ସଂସ୍ଥା । ଏକ ଦୀର୍ଘସ୍ଥାୟୀ ସହଯୋଗିତା ଓ ପ୍ରଯୁକ୍ତି କିଭଳି ଲାଭଜନକ ସେବା ପ୍ରଦାନ କରିପାରେ ତାହା ଅନ୍ୟ ୟୁଟିଲିଟିଗୁଡ଼ିକୁ ପ୍ରଦାନ କରିବାକୁ ଆମେ ଚାହିଁରହିଛୁ’’ ।