କନକ ବ୍ୟୁରୋ : ଅଯୋଧ୍ୟା ଜମିବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ନିଜର ପ୍ରତିକ୍ରିୟା ରଖିଛି ବିଶ୍ୱ ହିନ୍ଦୁ ପରିଷଦ । ପରିଷଦର ଅଧ୍ୟକ୍ଷ ଆଲୋକ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଆଜିର ରାୟ ବିଶ୍ୱର କୋଟି କୋଟି ହିନ୍ଦୁ ମାନଙ୍କ ପାଇଁ ଏକ ଆନନ୍ଦର ଦିନ । ତେବେ ଏହା କୌଣସି ଏକ ପକ୍ଷର ବିଜୟ ବା ପରାଜୟ ନୁହେଁ । ଏହା କେବଳ ସତ୍ୟର ବିଜୟ । ଆଜି ପ୍ରମାଣିତ ହୋଇଗଲା ଯେ ବିବାଦୀୟ ଢାଞ୍ଚା ତଳେ ଏକ ମନ୍ଦିର ଥିଲା । ସୁପ୍ରିମ କୋର୍ଟଙ୍କ ରାୟକୁ ସମସ୍ତେ ସମ୍ମାନ ଜଣାଇବା ଆବଶ୍ୟକ । ମନ୍ଦିର ନିର୍ମାଣ ପାଇଁ ଯଥାଶୀଘ୍ର ପ୍ରକ୍ରିୟା ଆରମ୍ଭ କରିବାକୁ ସେ ସରକାରଙ୍କୁ ନିବେଦନ କରିଛନ୍ତି ।
ସୁପ୍ରିମକୋର୍ଟଙ୍କ ଆଜିର ରାୟକୁ ଏକ ସମଗ୍ର ବିଶ୍ୱ ପାଇଁ ଏକ ଐତିହାସିକ ରାୟ ବୋଲି ସେ କହିଛନ୍ତି । ୨୦୦ ବର୍ଷର ସଂଘର୍ଷ ପରେ ଏହି ସଫଳତା ମିଳିଛି । କିନ୍ତୁ ଏହି ସଫଳତା ପାଇଁ ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିବା କୋଟି କୋଟି ହିନ୍ଦୁ, ଏହି ମାମଲା ଲଢିଥିବା ଆଇନଜୀବି, ସବୁ ପକ୍ଷ ଓ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗକୁ ସେ କୃତଜ୍ଞତା ଜଣାଇଛନ୍ତି । ଏହା ପୂର୍ବରୁ ଆରଏସଏସ ମୁଖ୍ୟ ମୋହନ ଭାଗବତ ମଧ୍ୟ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ ଜଣାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/vhp.jpg)