କନକ ବ୍ୟୁରୋ: ଦୁଇ ପଇସା ରୋଜଗାର କରି ବିଧବା ମାଆ ମୁଣ୍ଡର ବୋଝ ହାଲୁକା କରିବାକୁ ଦାଦନ ଖଟିବାକୁ ଘର ଛାଡିଥିଲା ନାବାଳକ ପୁଅ । ଆଶା ରଖିଥିଲା ଦୁଇ ପଇସା ରୋଜଗାର କରିବ, ମାଆକୁ ସାହା ହେବ, ସାନ ଭଉଣୀ ମୁହଁରେ ଦାନା ଦେବ । ହେଲେ ଚେନ୍ନାଇ ମାଟିରେ ପାଦ ପଡିବା ଆଗରୁ ଦୁର୍ଘଟଣାରେ ଭାଙ୍ଗି ଯାଇଛି ସିଫନ ମଲ୍ଲିକଙ୍କ ସ୍ୱପ୍ନ । ପରିବାରର ଆର୍ଥିକ ସ୍ଥିତି ସୁଧାରିବା ବଦଳରେ ପରିବାର ପାଇଁ ବୋଝ ପାଲଟି ଯାଇଛନ୍ତି ଗଜପତି ମୋହନା ବ୍ଲକ ଦମାଦୁଆ ଅଞ୍ଚଳର ସିଫନ ।
କମ୍ପାନୀରେ କାମ କରିବା ଆଶାରେ ଜୁଲାଇ ୧୬ ତାରିଖରେ ଚେନ୍ନାଇ ଯାଇଥିଲା ଦଶମ ଶ୍ରେଣୀର ଛାତ୍ର ସିଫନ୍ । ୧୭ ତାରିଖରେ ସେଠାରେ ପହଞ୍ଚି ଟ୍ରେନରୁ ଓହ୍ଲାଇବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା । ପ୍ରଥମେ ସେଠାରେ ଚିକିତ୍ସା କରାଯାଇ ଗୋଟିଏ ଗୋଡକୁ କାଟି ଦିଆଯାଇଛି । ତଥାପି ସିଫନର ଶରୀର ସୁସ୍ଥ୍ଥ ହୋଇନାହିଁ । ତେଣୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ପୁଅର ଚିକିତ୍ସା ବାବଦରେ ଏବେ ସୁଦ୍ଧା ୩ ଲକ୍ଷ ଟଙ୍କା ଖର୍ଚ କରି ସାରିଲାଣି ଏହି ଅଭାବୀ ପରିବାର । ପାଖରେ ଥିବା ସବୁ ସମ୍ବଳ ଡାକ୍ତରଖାନାରେ ଖର୍ଚ୍ଚ କରିବା ପରେ ବିଧବା ମାଆ ପାଖରେ ଆଉ କାଣି କଉଡିଟିଏ ନାହିଁ । ଆଗକୁ କେମିତି ନାବାଳକ ପୁଅ ଚିକିତ୍ସା କରାଇବା ତାକୁ ନେଇ ପ୍ରମାଦ ଗଣୁଛନ୍ତି ଜଣେ ଅସହାୟ ମାଆ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/08/8-17.jpg)