ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ଘରକୁ ଆସିଲା ନୂଆ ଅତିଥି । ୫୮ ବର୍ଷରେ ଶିଶୁ ପୁତ୍ରକୁ ଜନ୍ମଦେଲେ ମା’ ଚରଣ କୌର ।

Advertisment
ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ଘରକୁ ଆସିଲା ନୂଆ ଅତିଥି । ୫୮ ବର୍ଷରେ ଶିଶୁ ପୁତ୍ରକୁ ଜନ୍ମଦେଲେ ମା’ ଚରଣ କୌର ।

କନକ ବ୍ୟୁରୋ: ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କ ଘରେ ପୁଣି ଖୁସିର ମାହୋଲ। ତାଙ୍କ ମା' ଚରଣ କୌର ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ନିଜେ ମୁସେୱାଲାଙ୍କ ବାପା ବଲକୌର ସିଂ ସୋସିଆଲ ମିଡିଆରେ ଏହି ସୂଚନା ଦେବା ସହ ଶିଶୁପୁତ୍ର ସହ ଫଟୋକୁ ସେୟାର କରିଛନ୍ତି ।

ସିଦ୍ଧୁ ମୁସେୱାଲାଙ୍କ ବାପା ବଲକୌର ସିଂ ତାଙ୍କ ନବଜାତ ପୁଅର ଏକ ଫଟୋ ସେୟାର କରି ଲେଖିଛନ୍ତି, 'ଶୁଭଦୀପଙ୍କୁ ଭଲ ପାଉଥିବା ଲକ୍ଷ ଲକ୍ଷ ଆତ୍ମାର ଆଶୀର୍ବାଦରେ ଅନନ୍ତ ଭଗବାନ ଶୁଭଙ୍କ ସାନ ଭାଇକୁ ଆମ କୋଳରେ ଦେଇଛନ୍ତି । ଭଗବାନଙ୍କ ଆଶୀର୍ବାଦରେ ପରିବାର ସୁସ୍ଥ ଅଛି ଏବଂ ସମସ୍ତ ଶୁଭେଚ୍ଛୁଙ୍କ ଅସୀମ ଭଲପାଇବା ପାଇଁ ମୁଁ କୃତଜ୍ଞ’।publive-image

ଲୋକପ୍ରିୟ ପଞ୍ଜାବୀ ନିଖୋଜ ସିଦ୍ଧୁ ମୁସେୱାଲାଙ୍କୁ ୨୦୨୨ରେ ଗୁଳି କରି ହତ୍ୟା କରାଯାଇଥିଲା। ସିଦ୍ଧୁ ମୁସେୱାଲା ତାଙ୍କ ପିତାମାତାଙ୍କ ଏକମାତ୍ର ସନ୍ତାନ ଥିଲେ। ଏଭଳି ପରିସ୍ଥିତିରେ ପରିବାରର ଉତ୍ତରାଧିକାରୀଙ୍କ ପାଇଁ ଆଇଭିଏଫ୍ ଟେକ୍ନୋଲୋଜି ମାଧ୍ୟମରେ ଗର୍ଭଧାରଣ କରିବାକୁ ତାଙ୍କ ପିତା ମାତା ନିଷ୍ପତ୍ତି ନେଇଥିଲେ। ସିଦ୍ଧୁଙ୍କ କୁନି ଭାଇଙ୍କ ଜନ୍ମ ଖବର ସାମ୍ନାକୁ ଆସିବା ମାତ୍ରେ ମୁସେୱାଲାଙ୍କ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଏହି ଖବର ଲେଖାଯିବା ପର୍ୟ୍ୟନ୍ତ ସିଦ୍ଧୁଙ୍କ ବାପାଙ୍କୁ ପାଖାପାଖି ୨ ଲକ୍ଷ ଲାଇକ ଏବଂ ୩୫୦୦ରୁ ଅଧିକ କମେଣ୍ଟ ମିଳିସାରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe