କନକ ବ୍ୟୁରୋ: ଆସିଲା ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ । ରିପୋର୍ଟ ମୁତାବକ, ତାଙ୍କର ଶରୀରକୁ ୨୪ ବୁଲେଟ୍ ଗୁଳି ଭେଦି ଯାଇଥିଲା । ଏହାସହ ଖପୁରୀରୁ ମଧ୍ୟ ବାହାରିଲା ଗୋଟିଏ ଗୁଳି । ତାଙ୍କ ଉପରେ ମୋଟ ୩୦ ରାଉଣ୍ଡ ଗୁଳି ଫୁଟିଥିଲା ।
ସୋମବାର ରାତିରେ ପାଞ୍ଚଜଣିଆ ଡାକ୍ତରୀ ଟିମ୍ ମୁସେୱାଲାଙ୍କ ମୃତଦେହର ପୋଷ୍ଟମର୍ଟମ କରିଥିଲେ । ଯଦିଓ ଏହି ରିପୋର୍ଟ ଏଯାଏଁ ପୋଲିସ ସହ ସେୟାର କରାଯାଇନାହିଁ କିନ୍ତୁ ବିଶେଷ ସୂତ୍ର ମୁତାବକ, ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପନ୍ନ ବନ୍ଧୁକରୁ ଏହି ଫାୟାରିଙ୍ଗ କରାଯାଇଥିବା ଜଣାପଡିଛି । ସେ ଗାଡିରେ ଯାଉଥିବାବେଳେ ଦୁର୍ବତ୍ତ ତାଙ୍କ ଉପରେ ଅତର୍କିତ ଭାବେ ୩୦ ରାଉଣ୍ଡ ଫାୟାରିଙ୍ଗ କରିଥିଲେ ।
ଡାକ୍ତରୀ ଟିମଙ୍କ କହିବା ମୁତାବକ, ପୋଷ୍ଟ ମର୍ଟମ ସମୟରେ ମୁସେୱଲାଙ୍କ ଶରୀରରୁ ଦୁଇ ଡର୍ଜନ ଗୁଳିର କ୍ଷତ ଚିହ୍ନ ଦେଖିବାକୁ ମିଳିଥିଲା । ଏହାର ଅର୍ଥ ୨୪ ଟି ଗୁଳି ତାଙ୍କ ଶରୀରକୁ ଭେଦ କରିଯାଇଥିଲା । ଏପରିକି ତାଙ୍କ ପ୍ରଇଭେଟ ପାର୍ଟରେ ମଧ୍ୟ ଗୁଳି ମାଡ ହୋଇଥିବା ଜଣାପଡିଛି ।
ମୃତ ମୁସେୱାଲାଙ୍କ ପରିବାର ପୋଷ୍ଟମର୍ଟମ ନକରିବାକୁ ଜିଦ୍ କରୁଥିଲେ । ବରଂ ଜଣେ ଦକ୍ଷ ହାଇକୋର୍ଟଙ୍କ ଜଜଙ୍କ ଉପସ୍ଥିତିରେ ଏନଆଇଏ ଓ ସିବିଆଇର ସାହାଯ୍ୟରେ ଏହି ଘଟଣାର ତଦନ୍ତ କରିବାକୁ ଦାବି କରିଥିଲେ ।