ଏଇଠି ଲୁଚିଛି ମୁସେୱାଲା ହତ୍ୟାକାରୀ, ଗିରଫ କରିବାକୁ ବିଦେଶ ଗଲେ ଦିଲ୍ଲୀ ପୋଲିସ

189

କନକ ବ୍ୟୁରୋ : ପଞ୍ଜାବର ପ୍ରସିଦ୍ଧ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟାକାରୀକୁ ଧରିବାକୁ ପୁରା ଦମ୍ ଲଗାଇ ଦେଇଛି ପଞ୍ଜାବ ଓ ଦିଲ୍ଲୀ ପୋଲିସ । ଏହି ମାମଲାରେ ଦୈନିକ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ପ୍ରକୃତ ହତ୍ୟାକାରୀ ଏପର୍ଯ୍ୟନ୍ତ ଧରାପଡିନାହିଁ । ଏହି କ୍ରମରେ ଦିଲ୍ଲୀ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ନେପାଳ ପହଂଚିଛି । ପୋଲିସ ସନ୍ଦେହ କରିଛି କି, ହତ୍ୟାକାଣ୍ଡ ପରେ ସବୁ ସୁଟର ନେପାଳ ପଳାଇ ଯାଇଛନ୍ତି ।

ଅନ୍ୟପଟେ ଦିଲ୍ଲୀ ପୋଲିସର ଅନ୍ୟଏକ ଟିମ୍ ମୁଜଫରନଗର ବି ଯାଇଛି । ବିଶେଷ ସୂତ୍ରରୁ ମିିଳିଥିବା ସୂଚନା ମୁତାବକ କିଛି ସୁଟରଙ୍କୁ ପୋଲିସ ଚିହ୍ନଟ କରିଛି । କହିରଖୁ କି, ପଞ୍ଜାବର ମାନସା ଜିଲ୍ଲାରେ ମେ ମାସ ୨୯ ତାରିଖରେ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରାଯାଇଥିଲା ।

ସୂଚନା ଥାଉକି ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ତାଙ୍କ ପରିବାର ପକ୍ଷରୁ ହତ୍ୟାକାଣ୍ଡ ପଛରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୌଇଙ୍କ ହାତ ଥିବା ଅଭିଯୋଗ ହୋଇଥିଲା । ପରିବାର ଲୋକ ଅଭିଯୋଗ କରିଥିଲେ କି ଲରେନ୍ସ ବାରମ୍ବାର ସୁଦ୍ଧୁଙ୍କୁ ଦାଦାବଟି ମାଗୁଥିଲା । ପରିବାର ଲୋକଙ୍କ ଏଭଳି ଅଭିଯୋଗ ପରେ ତିହାର ଜେଲରୁ ଲରେନ୍ସଙ୍କୁ ରିମାଣ୍ଡରେ ଆଣି ପୋଲିସ ପଚରା ଉଚରା ଜାରି ରଖିଛି । ଏହି ପଚରା ଉଚରା ବେଳେ ଲରେନ୍ସ ସ୍ୱିକାର କରିଛି କି ତାର ଇସାରାରେ ମୁସେୱାଲାଙ୍କୁ ହତ୍ୟା କରାଯାଇଛି ।

କହିରଖୁ କି ବିଭିନ୍ନ ଅପରାଧିକ ମାମଲାରେ ଜଡିତ ଲରେନ୍ସ ବିଷ୍ଣୌଇ ଅନେକ ଦିନ ହେବ ଜେଲରେ ରହିଛନ୍ତି । ହେଲେ ସେ ଜେଲରେ ରହି ନିଜର ଗ୍ୟାଙ୍ଗ ଚଳାଉଛନ୍ତି । ତାଙ୍କ ଇସାରାରେ ଗ୍ୟାଙ୍ଗର ଅନ୍ୟ ଲୋକମାନେ ବିଭିନ୍ନ ଅପରାଧ କରୁଥିବା ବି ପୂର୍ବରୁ ଅଭିଯୋଗ ରହିଛି ।