କନକ ବ୍ୟୁରୋ : ପଞ୍ଚଭୂତରେ ବିଲୀନ ହୋଇଛନ୍ତି ପଞ୍ଜାବର ଗାୟକ ସିଦ୍ଧୁ ମୁସେୱାଲା । ମଙ୍ଗଳବାର ସିଦ୍ଧୁଙ୍କ ଗାଁ ମୁସାରେ ତାଙ୍କର ଅନ୍ତିମ ସଂସ୍କାର ଶେଷ ହୋଇଛି । ତାଙ୍କୁ ଅନ୍ତିମ ବିଦାୟ ଜଣାଇବା ପାଇଁ ଅନେକ ସଂଖ୍ୟାରେ ଲୋକଙ୍କ ଭିଡ ଜମିଥିଲା । ସିଦ୍ଧୁଙ୍କ ପାର୍ଥିବ ଶରୀରକୁ ଟ୍ରାକ୍ଟରରେ ରଖି ସାରା ଗାଁ ବୁଲାଇବା ପରେ ଅନ୍ତିମ ସଂସ୍କାର ପାଇଁ ନିଆହୋଇଥିଲା ।

Advertisment


ରବିବାର ସିଦ୍ଧୁ ମୁସେୱାଲାଙ୍କୁ ଗୁଳିକରି ହତ୍ୟା ହୋଇଥିଲା । ସେ ଏକ ଜିପରେ ଥିବା ବେଳେ ଅଜଣା ବ୍ୟକ୍ତି ତାଙ୍କ ଉପରେ ଗୁଳିଚଳାଇଥିଲେ । ପରେ ତାଙ୍କୁ ଡାକ୍ତରଖାନା ନିଆହୋଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ତିମ ସଂସ୍କାର ବେଳେ ପରିବାର ସଦସ୍ୟ ଭାବବିହ୍ୱଳ ହୋଇପଡିଥିଲେ ।

ମଙ୍ଗଳବାର ମୁସେୱାଲାଙ୍କ ଶରୀରକୁ ହସ୍ତାନ୍ତର ହୋଇଥିଲା । ମନସା ଜିଲ୍ଲା ଡାକ୍ତରଖାନାରେ ପରିବାର ଓ ସମ୍ପର୍କୀୟ ତାଙ୍କ ଶବ ନେବା ପରେ ତାଙ୍କ ଗାଁ ମୁସାକୁ ଅଣାହୋଇଥିଲା । ଅନ୍ତିମ ସଂସ୍କାରରେ ସାମିଲ ହେବା ପାଇଁ ରାଜସ୍ଥାନ, ପଞ୍ଜାବ ଓ ଚଣ୍ଡିଗଡରୁ ଅନେକ ସଂଖ୍ୟାରେ ଲୋକ ସାମିଲ ହୋଇଥିଲେ । ଅନ୍ତିମ ସଂସ୍କାରକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ଫୋର୍ସ ମଧ୍ୟ ମୁତୟନ ହୋଇଥିଲା ।