କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ନିଜ ଘର ଛାତରେ କଳାପତାକା ଉଡାଇଲେ କଂଗ୍ରେସ ନେତା ନବଜାତସିଂ ସିଦ୍ଧୁ

207

କନକ ବ୍ୟୁରୋ : ଦିଲ୍ଲୀ ସୀମାରେ ୬ ମାସ ଧରି ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ନିଜ ଘରଛାତରେ କଳା ପତାକା ଉଡାଇଲେ କଂଗ୍ରେସ ନେତା ନବଜାତସିଂ ସିଦ୍ଧୁ । ଦିଲ୍ଲୀ ସ୍ଥିତ ପଟିଆଲା ଓ ଅମୃତସରରେ ଥିବା ନିଜ ଘରର ଛାତ ଉପରେ କଳାପତାକା ଉଡାଇ ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି ସିଦ୍ଧୁ । ସେ କହିଛନ୍ତି କି ସରକାରଙ୍କ ଦ୍ୱାରା ପାରିତ ୩ ଟି କଳା ଆଇନ ବିରୋଧରେ ପୁରା ପଞ୍ଜାବ ଲଢୁଛି । ଏହି ଆଇନ ମାଧ୍ୟମରେ କୃଷକଙ୍କ ଆମଦାନୀ ଶେଷ କରିଦେବାକୁ ସରକାର ଚେଷ୍ଟା କରିଛନ୍ତି । ଛୋଟ ବେପାରୀ ଓ କୃଷକଙ୍କ ପେଟରେ ଲାତ ମାରିବାକୁ ସରକାର ଏଭଳି ଆଇନ ଆଣିଛନ୍ତି ।

କହିରଖୁ କି କ୍ରିକେଟ ଖେଳାଳୀରୁ ରାଜନେତା ପାଲଟିଥିବା ସିଦ୍ଧୁ ପଞ୍ଜାବର ପ୍ରତିଟି ଲୋକ କୃଷକ ଆନ୍ଦୋଳନକୁ ସମର୍ଥନ କରିବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି କି ପଞ୍ଜାବର ବିକାଶ କେବଳ କୃଷକମାନଙ୍କ ଶ୍ରମ ଯୋଗୁଁ ହୋଇପାରିଛି । ସେ କହିଛନ୍ତି କି ସରକାର ଯେପର୍ଯ୍ୟନ୍ତ ଏହି କଳା ଆଇନକୁ ପ୍ରତ୍ୟାହାର ନକରିଛନ୍ତି ସେ ପର୍ଯ୍ୟନ୍ତ ସଂଘର୍ଷ ଜାରି ରହିବ ।
କହିରଖୁ କି ସରକାରଙ୍କ ଦ୍ୱାରା ପାରିତ ୩ ଟି କୃଷି ଆଇନକୁ ବିରୋଧ କରି କୃଷକମାନେ ୬ ମାସ ହେବ ଆନ୍ଦୋଳନ ଜାରି ରଖିଛନ୍ତି । ମେ ୨୬ ତାରିଖରେ ଆନ୍ଦୋଳନକୁ ୬ ମାସ ପୁରୁଥିବାରୁ କୃଷକମାନେ ଏହି ଦିନ ସାରା ଦେଶରେ କଳାଦିବସ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି । ଏନେଇ ମହାରାଷ୍ଟ୍ର ଓ ପଞ୍ଜାବରୁ ହଜାର ହଜାର କୃଷକ ପୁଣି ଦିଲ୍ଲୀ ସୀମାରେ ଠୁଳ ହେଉଥିବା ଦେଖିବାକୁ ମିଳିଛି ।