ଜମ୍ମୁ-କାଶ୍ମୀରର ପୁଲୱାମାଠାରେ ସିଆରପିଏଫ୍ ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଉପରେ ଦେଇଥିବା ବୟାନରେ ପୂର୍ବ କ୍ରିକେଟର ତଥା ପଞ୍ଜାବର କଂଗ୍ରେସ ମନ୍ତ୍ରୀ ସିଦ୍ଧୁଙ୍କୁ ପଦବୀରୁ ହଟାଇବା ପାଇଁ ଦାବୀ ହୋଇଆସୁଛି । ବିଜେପି ମହାସଚିବ କୈଳାଶ ବିଜୟବର୍ଗୀୟ ଏବଂ ଅକାଳୀ ଦଳ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ସିଦ୍ଧୁକୁ ତତ୍କାଳ ପ୍ରଭାବରୁ କ୍ୟାବିନେଟ୍ ରୁ ବାହାର କରିବା ପାଇଁ କହିଛନ୍ତି । ପୁଲୱାମା ଆକ୍ରମଣରେ ଭାରତର ୪୦ ରୁ ଅଧିକ ଯବାନ ସହିଦ୍ ହୋଇଥିଲେ ।
ସିଦ୍ଧୁଙ୍କୁ ମନ୍ତ୍ରୀପଦରୁ ମଧ୍ୟ ବାହାର କରାଯାଉ – ବିଜେପି
ବିଜେପି ମହାସଚିବ କୈଳାଶ ବିଜୟବର୍ଗୀୟ ଏକ ଟ୍ୱିଟ୍ କରି କହିଛନ୍ତି , “ସିଦ୍ଧୁଙ୍କ ପାକିସ୍ତାନ ପ୍ରତି ଥିବା ଆସକ୍ତିକୁ କେତେ ସମୟ ପର୍ଯ୍ୟନ୍ତ ସହ୍ୟ କରାଯିବ? କପିଲ୍ ଶର୍ମା ଶୋ’ରୁ କେବଳ ବାହାର କରିଦେଲେ ହେବନାହିଁ । ଏଭଳି ଲୋକକୁ ପଞ୍ଜାବ ସରକାରଙ୍କ ମନ୍ତ୍ରୀପଦରୁ ମଧ୍ୟ ବହିଷ୍କାର କରିବା ଆବଶ୍ୟକ ।
ଶିରୋମଣି ଅକାଳୀ ଦଳ ତରଫରୁ ରାହୁଲ ଗାନ୍ଧୀଙ୍କୁ ସିଦ୍ଧୁଙ୍କୁ ହଟାଇବା ପାଇଁ କୁହାଗଲା । ଏହାର କାରଣ ଏତେ ବଡ ଆତଙ୍କବାଦ ଆକ୍ରମଣ ପରେ ମଧ୍ୟ ସିଦ୍ଧୁ ପାକିସ୍ତାନ ସହ ବାର୍ତ୍ତାଳାପ କରି ସମସ୍ୟା ସମାଧାନ କରିବାକୁ କହୁଛନ୍ତି । ବିକ୍ରମ ସିଂହ ମଜିଠିଆଙ୍କ କଂଗ୍ରେସ ଅଧ୍ୟକ୍ଷଙ୍କୁ ପଚାରିଛନ୍ତି ଯେ କେତେ ଦିନ ଆଉ ଏଭଳି ଚୁପ୍ ରହିବେ? ସବୁ ଭାରତୀୟ ଦେଶଭକ୍ତ ପଚାରୁଛନ୍ତି ରାହୁଲ୍ ସେମାନଙ୍କ ଇଚ୍ଛାକୁ ସମ୍ନାନ ଦେବାକୁ ଯାଇ ରାଜନୀତିରୁ ଉପରକୁ ଉଠି କାମ କରିବେ କି ନାହିଁ? ସିଦ୍ଧୁଙ୍କୁ ତୁରନ୍ତ ବହିଷ୍କାର କରିବା ଉଚିତ୍ । ତେବେ ଆପଣଙ୍କୁ କହିରଖୁଛୁ ଗତବର୍ଷ ପାକିସ୍ତାନର ପୂର୍ବ କ୍ରିକେଟର ତଥା ପ୍ରଧାନମନ୍ତ୍ରୀ ଇମରାନ୍ ଖାନଙ୍କ ଶପଥ ଗ୍ରହଣ ସମାରୋହ ଉତ୍ସବରେ ସାମିଲ ହୋଇଥିବା ନବଜୋତ ସିଂହ ସିଦ୍ଧୁ ପୁଲୱାମା ଆକ୍ରମଣକୁ ନେଇ କହିଥିଲେ, କିଛି ଲୋକଙ୍କୁ ଛାଡି ଦେଲେ କ’ଣ ଆପଣ ପୁରା ଦେଶକୁ ଏଥିପାଇଁ ଦୋଷ ଦେବେ କି ଏବଂ କ’ଣ ଏହି ଆକ୍ରମଣ ପାଇଁ ଆପଣ କୌଣସି ବ୍ୟକ୍ତିକୁ ଦୋଷ ଦେଇପାରିବେ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/02/dc-Cover-6i4hdpv02al45akdb4qlbc1qb1-20170322172153.Medi_.jpeg)
/kanak/media/post_attachments/wp-content/uploads/2019/02/208255647-pulwama-colen-navjot-singh-sidhu-reaction-on-pulwama-incident-300x156.jpg)