ଜିଲ୍ଲାପାଳଙ୍କ ମହତ୍ କାମ । ବେମାର ଶିଶୁଙ୍କ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କଲେ ବେଡ୍ କମ୍ ପଡିବାରୁ ନିଜ ବଙ୍ଗଳାକୁ ହିଁ ଡାକ୍ତରଖାନା ବନେଇଦେଲେ । କଥାଟି ସତ ଆଜ୍ଞା , ମଧ୍ୟପ୍ରଦେଶରେ ଘଟିଛି ଏଭଳି ଏକ ହୃଦୟସ୍ପର୍ଶୀ ଘଟଣା । ପଦ ପଦବୀର ଆସନରେ ବସିଲେ ଯେଉଁଠି ଲୋକଙ୍କ ମନରେ ଅହଂ ଭାବ ଜାଗ୍ରତ ହୁଏ ସେଭଳି ଏକ ସମାଜରେ ମଣିଷପଣିଆର ଉଦାହରଣ ଦେବା ସତରେ ବଡ ବିରଳ । ଏମପିର ସିଧି ଜିଲ୍ଲାର ଜିଲ୍ଲାପାଳ ଅଭିଷେକ ସିଂହ ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ ପାଇଁ ପାଖାପାଖି ୫୦୦ ଏନିମିକ୍ ପିଲାଙ୍କୁ ବୁଧବାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ଯେଉଁଥିରୁ ପାଖାପାଖି ୩୦୦ ପିଲାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ୧୦୦ ପିଲାଙ୍କୁ ନର୍ସିଙ୍ଗ୍ ହୋମ୍ ରେ ଭର୍ତ୍ତି କରାଯାଇଥିଲା । ଅନ୍ୟ ୧୦୦ ପିଲାଙ୍କୁ ହସ୍ପିଟାଲରେ ବେଡ୍ ନ ମିଳିବା ଯୋଗୁଁ ପିଲାଙ୍କ ଅବସ୍ଥା ଧିରେ ଧିରେ ବିଗିଡିବାକୁ ଲାଗିଥିଲା ।
ଏହି ଖବର ବିଷୟରେ ଜିଲ୍ଲାପାଳ ଜାଣିବା ପରେ ହସ୍ପିଟାଲରେ ପହଁଚି ଥିଲେ ଏବଂ ୧୦୦ ପିଲାଙ୍କ ପାଇଁ ନିଜ ବଙ୍ଗଳାକୁ ହିଁ ଚିକିତ୍ସା ପାଇଁ ଖୋଲି ଦେଇଥିଲେ । ଏମିତିକି ଡାକ୍ତର କମ୍ ପଡିବାରୁ ବାହାରୁ ଟେକ୍ନିସିଆନ୍ ଡକାଇ ଆଣିବା ଏବଂ ରୋଗୀଙ୍କ ପରିବାରଙ୍କ ଖାଦ୍ୟପେୟ/ରହିବାର ବ୍ୟବସ୍ଥା କରିଥିଲେ ଜିଲ୍ଲାପାଳ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/07/aa.jpg)