ଶୁଣିପାରିଲେନି ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର: କୋମାରେ ଫ୍ୟାନ୍

Advertisment
ଶୁଣିପାରିଲେନି ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର: କୋମାରେ ଫ୍ୟାନ୍

କନକ ବ୍ୟୁରୋ: ଟେଲିଭିଜନର ଲୋକପ୍ରିୟ ଅଭିନେତା, ବିଗବସ -୧୩ର ବିଜେତ୍ୟା ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ତାଙ୍କ ପ୍ରଶଂସକମାନଙ୍କୁ ଗଭୀର ଆଘାତ ଦେଇଛି। ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ତାଙ୍କ ମା’, ପରିବାରଲୋକ ଓ ଶେହନାଜ ଗିଲ ସ୍ଥାଣୁ ପାଲଟି ଯାଇଛନ୍ତି। ଏହି କ୍ରମରେ ସିଦ୍ଧାର୍ଥଙ୍କ ଜ‌ଣେ ମହିଳା ପ୍ରଶଂସକ ଅଭିନେତା‌ଙ୍କ ମୃତ୍ୟୁ ଖବରକୁ ଗ୍ରହଣ କରି ପାରି ନଥିଲେ। ସେ କୋମାକୁ ଚାଲି ଯାଇଥିବା ସୂଚନା ମିଳିଛି ।

ଜଏସ ଠାୁକେର ହସ୍ପିଟାଲରୁ ସିଦ୍ଧାର୍ଥଙ୍କ ମହିଳା ପ୍ରଶଂସକଙ୍କ ଫଟୋ ସେୟାର କରି ଏହି ସୂଚନା ଦେଇଛନ୍ତି। ଏହି କ୍ରମରେ କବିତା କୌଶିକ ସିଦ୍ଧାର୍ଥଙ୍କ ପ୍ରଶଂସକଙ୍କ ଏଭଳି ଅବସ୍ଥା ଦେଖି ଦୁଃଖ ବ୍ୟକ୍ତ କରିଛନ୍ତି। ସେ ଅନ୍ୟମାନଙ୍କୁ ନିଜର ଯତ୍ନ ନେବାକୁ କହିଛନ୍ତି।

ବ୍ୟକ୍ତି ଜଣକ ମହିଳାଙ୍କ ଫଟୋ ସେୟାର କରି ଲେଖିଛନ୍ତି, ଖୁବଶୀଘ୍ର ଠିକ ହୋଇଯାଅ। ଡାକ୍ତର କହିଛନ୍ତି ସେ ଆଂଶିକ କୋମାକୁ ଚାଲି ଯାଇଛନ୍ତି। ଅତ୍ୟଧିକ ଚିନ୍ତା ହେତୁ ତାଙ୍କ ଆଖିର ଡୋଳା ଓ ଶରୀରର କିଛି ଅଙ୍ଗ କାମ କରୁ ନାହିଁ। ସମସ୍ତ ପ୍ରଶଂସକ ଓ ସମର୍ଥକଙ୍କୁ ଶାନ୍ତ ରହିବାକୁ ମୁଁ ଅନୁରୋଧ କରୁଛି। ଅଧିକ ଚିନ୍ତା କରନ୍ତୁ ନାହିଁ । ଆପଣଙ୍କ ମସ୍ତିଷ୍କକୁ ଅନ୍ୟ କଥାରେ ଭୁଲାଇ ଦିଅନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe