କନକ ବ୍ୟୁରୋ : ଟିଭି ଦୁନିଆର ସୁପରଷ୍ଟାର ସିଦ୍ଧାର୍ଥ ଶୁକ୍ଲା ଖୁବ କମ୍ ସମୟ ମଧ୍ୟରେ ବେଶ ସଫଳତା ଓ ସୁନାମ ଅର୍ଜନ କରିଛନ୍ତି । ବିଗ ବସ ସିଜନ-୧୩ର ବିଜେତା ସିଦ୍ଧାର୍ଥଙ୍କ ଏତେ କମ ସମୟ ମଧ୍ୟରେ ବହୁ ଫିଲ୍ମ ଓ ଟିଭି ଶୋରେ କାମ କରିସାରିଛନ୍ତି, ଯାହା ପରେ ତାଙ୍କ ଲୋକପ୍ରିୟତା ବଢ଼ାଇଚାଲିଥିଲା । କିନ୍ତୁ ଆପଣ ଜାଣନ୍ତି କି ୪୦ବର୍ଷ ବୟସରେ ସିଦ୍ଧାର୍ଥଙ୍କ ନେଟ ୱର୍ଥ କେତେ ?
ସିଦ୍ଧାର୍ଥ ଶୁକ୍ଲା ବର୍ଷ ୨୦୦୮ରେ ଟିଭି ଶୋ ବାବୁଲ କା ଆଂଗନ ଛୁଟେ ନା ଜରିଆରେ ନିଜ କରିଅର ଆର୍ମ୍ଭ କରନ୍ତି । ଆକ୍ଟରଙ୍କ ଲୁକ୍ସ ଓ ତାଙ୍କ ଅଭିନୟ କୋଟି-କୋଟି ଲୋଙ୍କକୁ କିମିଆ କରିଥିଲା । ମାତ୍ର ୪୦ବର୍ଷ ବୟସରେ ଅଭିନେତାଙ୍କ ପାଖରେ କୋଟି-କୋଟି ଟଙ୍କାର ସମ୍ପତି ଥିଲା । ସୁଚନା ଅନୁସାର, ସିଦ୍ଧାର୍ଥ ଶୁକ୍ଳା ୮.୮୦କୋଟି ଟଙ୍କାର ସମ୍ପତିର ମାଲିକ ଥିଲେ । ସିଦ୍ଧାର୍ଥ ଶୁକ୍ଲାଙ୍କ ସବୁ ମାସର ଆୟ କଥା କହିବା ତେବେ ସେ ମାସିକ ପାଖାପାଖି ୧୦ଲକ୍ଷ ଟଙ୍କା ରୋଜଗାର କରୁଥିଲେ । ସିଦ୍ଧାର୍ଥ ଶୁକ୍ଲା ରୋୟଲ ଲାଇଫ ବଂଚୁଥିଲେ ଓ ତାଙ୍କ କରିଅର ଗ୍ରାଫ ବି ଆଗକୁ ବଢି-ବଢି ଚାଲିଥାଏ । ହେଲେ ସମୟ ଓ ତାଙ୍କ ଭାଗ୍ୟ ବେଶି ସମୟ ପର୍ଯ୍ୟନ୍ତ ତାଙ୍କ ସହ ରହିଲା ନାହିଁ ଓ ଅକାଳ ବିୟୋଗ ତାଙ୍କୁ, ତାଙ୍କ ଫ୍ୟାନ୍ସଙ୍କ ଠୁ ଅଲଗା କରିଦେଲା ।
ନିକଟରେ ସିଦ୍ଧାର୍ଥ ମୁମ୍ବାଇର ଏକ ପ୍ୱଶ ଅଂଚଳରେ ଏକ ଭବ୍ୟ ବଂଗଳା ମଧ୍ୟ କିଣିଛନ୍ତି । ଶୁକ୍ଲାଙ୍କୁ ମୋଟର ବାଇକର ଶୌକ ଥିଲା ଓ ତାଙ୍କ ପାଖରେ ହାରଲେ-ଡେଭିଡସନ ଫ୍ୟାଟ, ମୋଟର ସାଇକିଲ, ବିଏମଡବଲ୍ୟୁ-ଏକ୍ସ-୫ ଭଳି କାର ଓ ବାଇକ୍ସ ଥିଲା । ସିଦ୍ଧାର୍ଥ ଶୁକ୍ଲାଙ୍କୁ ବିଗ ବସ-୧୪ରେ ବି ଦେଖିବାକୁ ମିଳିଥିଲା ସେ ସମୟରେ ବି ତାଙ୍କ ସିଜନ-୧୩ ଅବତାରର କିଛି-ମିଛି ଝଲକ ଦେଖିଥିଲେ ଦର୍ଶକ ।ତାଙ୍କର ଏହି ଆଟିଟ୍ୟୁଡ ହି ତାଙ୍କୁ ଫ୍ୟାନ୍ସଙ୍କ ମଧ୍ୟରେ ବେଶ ଲୋକପ୍ରିୟ କରି ପାରିଛି ।