କନକ ବ୍ୟୁରୋ : ସାତ ଜନ୍ମର ସାଥୀହେଲେ ବଲିଉଡର ପପୁରାଲ ଷ୍ଟାର କପଲ କିଆରା ଆଡଭାନୀ ଓ ସିଦ୍ଧାର୍ଥ ମଲହୋତ୍ରା । ଶେରସାହା ଫିଲ୍ମର ଅନସ୍କିନରେ ଫ୍ୟାନ୍ସଙ୍କୁ ଦିୱାନା କରିଥିବା ଏହି ଯୋଡି ଏବେ ସତସତିକା ପତି- ପତ୍ନୀ ହୋଇଛନ୍ତି । ରାଜସ୍ଥାନ ଜୈଲସାଲମେରର ସୂର୍ଯ୍ୟଗଢ଼ ପ୍ୟାଲେସରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି । ଏହି ଷ୍ଟାର କପଲଙ୍କ ବିବାହରେ ସାମିଲ ହୋଇଥିଲେ ବହୁ ନାମୀଦାମୀ ସେଲିବ୍ରେଟିଙ୍କ ସହ ଭିଭିଆଇପି । ଦୁହିଁଙ୍କ ବିବାହ ଉତ୍ସବର ଫଟୋ ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେଉଛି ।

Advertisment

ବିବାହ ପରେ ଉଭୟେ ସେଠାରେ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରିବା ନେଇ ସୂଚନା ମିଳିଛି । ଯେଉଁଠି ଅତିଥୀଙ୍କୁ ରୟାଲ ରାଜସ୍ଥାନୀ ଡିସ୍ ସହ ପଞ୍ଜାବୀ ଡିସ୍ ପରଷାଯିବ । ପରେ ମୁମ୍ବାଇରେ ବି ସେମାନେ ଆଉ ଏକ ଗ୍ରାଣ୍ଡ ରିସେପସନ୍ ପାର୍ଟି ଦେବେ । ଅନ୍ୟ ସେଲିବ୍ରେଟିଙ୍କ ଭଳି ସିଦ୍ଧ ଓ କିୟାରାଙ୍କ ବିବାହରେ ବି ନୋ ଫୋନ୍ ପଲିସି ରହିଥିଲା । ହେଲେ ସୋସିଆଲ ମିଡିଆରେ ମଣ୍ଡପର କିଛି ଫଟୋ ଭାଇରାଲ ହୋଇଛି । ଏଥିରୁ ସେମାନଙ୍କ ବିବାହରେ ଥିମ୍ ପିଙ୍କ୍ ରହିଥିବା ଜଣାପଡିଛି । ଏବେ ଭାଲେଂଟାଇନ୍ ୱିକ୍ ଚାଲିଥିବା ବେଳେ ବଲିଉଡର ପପୁରାଲ ଲଭବାର୍ଡ ସିଦ୍ଧାର୍ଥ ଓ କିୟାରା ସାତ ଜନ୍ମ ପାଇଁ ପରସ୍ପରର ହାତ ଧରିଛନ୍ତି ।