କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ କିଆରା-ସିଦ୍ଧାର୍ଥ ଯୋଡି । ବଲିଉଡ୍ ଅଭିନେତା ସଲମାନ୍ ଖାନଙ୍କ ଭଉଣୀ ଅର୍ପିତା ଖାନଙ୍କ ଇଦ୍ ପାର୍ଟିରେ ବଲିଉଡରେ ବହୁ ନାମୀଦାମୀ କଳାକାର ଯୋଗ ଦେଇଥିଲେ । ଇଦ୍ ପାର୍ଟିର ମୁଖ୍ୟ ଆକର୍ଷଣ ଥିଲେ ବଲିଉଡ୍ ଅଭିନେତ୍ରୀ କିଆରା ଆଡଭାନୀ ଓ ସିଦ୍ଧାର୍ଥ ମଲହୋତ୍ରା । କାରଣ ନିକଟରେ ଉଭୟଙ୍କର ବ୍ରେକଅପ୍ ଖବର ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ ରହିଥିଲା । କିନ୍ତୁ ଇଦ୍ ପାର୍ଟିରେ ଦୁହେଁ ଏକାଠି ଆସି ଏହି ଖବରକୁ ଗୁଜବ ବୋଲି ପ୍ରମାଣିତ କରିଦେଇଛନ୍ତି । ପାର୍ଟିରେ କିଆରା ଏକ ଇଣ୍ଡୋ-ୱେଷ୍ଟର୍ଣ୍ଣ ଗାଉନ୍ ପିନ୍ଧିଥିଲେ ।

Advertisment

ସିଦ୍ଧାର୍ଥ ଏକ କଳା ରଙ୍ଗର କୁର୍ତ୍ତା ପିନ୍ଧିଥିଲେ । ଅର୍ପିତାଙ୍କ ଇଦ୍ ପାର୍ଟିର ଏକ ଭିଡିଓ ସାମ୍ନାକୁ ଆସିଛି । ଏଥିରେ କିଆରା ଫଟୋଗ୍ରାଫରମାନଙ୍କୁ ପୋଜ୍ ଦେଉଥିବାର ଦେଖାଯାଇଥିଲା । ଏହି ସମୟରେ ସିଦ୍ଧାର୍ଥ ଆସିବାରୁ ଉଭୟ ସେଠାରୁ ଚାଲି ଯାଇଛନ୍ତି । କିନ୍ତୁ ଉଭୟ ଏକାଠି ପୋଜ୍ ଦେବାକୁ ମନା କରିଦେଇଥିଲେ । ସିଦ୍ଧାର୍ଥଙ୍କ ଆଗାମୀ ଫିଲ୍ମ ମଧ୍ୟରେ ମିଶନ ମଜନୁ, ଥ୍ୟାଙ୍କ ଗଡ୍ , ଯୋଦ୍ଧା ଓ ଭାରତୀୟ ବାୟୁସେନା ଆଦି ରହିଛି । ସେହିଭଳି କିଆରା ଯୁଗ ଯୁଗ ଜିୟୋ, ଗୋବିନ୍ଦା ନାମ ମେରା, ଭୁଲଭୁଲୈୟା-୨ରେ ନଜର ଆସିବେ ।