ଓଲିଉଡ଼ର ଦୁଇ ଲୋକପ୍ରିୟ ନାୟକ ହେଲେ ସିଦ୍ଧାନ୍ତ ମହାପାତ୍ର ଓ ଶ୍ରୀତମ ଦାସ । ସିଦ୍ଧାନ୍ତ ‘ଶ୍ରଦ୍ଧାଞ୍ଜଳି’ ସିନେମା ପାଇଁ ପ୍ରଥମେ କ୍ୟାମେରା ଆଗକୁ ଆସିଥିଲେ । ଠିକ୍ ସେହିପରି ଶ୍ରୀତମ ‘ସାବିତ୍ରୀ’ ଛବି ପାଇଁ ପ୍ରଥମେ କ୍ୟାମେରାକୁ ସାମ୍ନା କରିଥିଲେ। ଉଭୟେ ଦୁଇ ଦଶନ୍ଧିରୁ ଅଧିକ ସମୟ ହେବ ଓଲିଉଡରେ ସକ୍ରିୟ ଅଛନ୍ତି। ସିଦ୍ଧାନ୍ତ ଓ ଶ୍ରୀତମଙ୍କୁ ଦର୍ଶକ ନାୟକ ଓ ଖଳନାୟକ ଉଭୟ ଭୂମିକାରେ ଦେଖିଛନ୍ତି ଆଉ ପସନ୍ଦ ବି କରିଛନ୍ତି । ଉଭୟ ସିଦ୍ଧାନ୍ତ ଓ ଶ୍ରୀତମ ଆଗରୁ କେତୋଟି ଓଡ଼ିଆ ସିନେମାରେ ଏକାଠି ବି ସ୍କ୍ରିନ ସେଆର କରିଛନ୍ତି। ଏଥିମଧ୍ୟରେ ରହିଛି ‘ଲକ୍ଷ୍ମୀପ୍ରତିମା’,‘ବାହୁଡ଼ିବେ ମୋ ଜଗା ବଳିଆ’,‘ରହିଚି ରହିବି ତୋରି ପାଇଁ’,‘ସନ୍ତାନ’ ଓ ‘ବାଜି’ ଆଦି ଓଡ଼ିଆ ସିନେମା। ଏଥିମଧ୍ୟରୁ ‘ସନ୍ତାନ’ରେ ସିଦ୍ଧାନ୍ତ ନାୟକ ଓ ଶ୍ରୀତମ ଦାସ ଖଳନାୟକ ଭୂମିକାରେ ନଜର ଆସିଥିଲେ। ସୁବାସ ରାଉତଙ୍କ ପ୍ରଯୋଜିତ ତଥା ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶିତ ‘ସନ୍ତାନ’୨୦୦୨ରେ ରିଲିଜ୍ ହୋଇଥିଲା।
ଏବେ ପ୍ରାୟ ୧୬ ବର୍ଷ ପରେ ପୁଣି ସିଦ୍ଧାନ୍ତ ନାୟକ ଓ ଶ୍ରୀତମ ଖଳନାୟକ ଭୂମିକାରେ ପରଦାକୁ ଆସୁଛନ୍ତି ଏକ ନୂଆ ଓଡ଼ିଆ ସିନେମାରେ। ହଁ ଏଠାରେ ଯେଉଁ ନୂଆ ଓଡ଼ିଆ ସିନେମା କଥା କୁହାଯାଉଛି,ତାର ଟାଇଟଲ୍ ହେଲା‘ଦିଓ୍ଵାନା ହେଲି ତୋ’ପାଇଁ। ଏଥିରେ ଦର୍ଶକ ଶ୍ରୀତମ ଦାସଙ୍କୁ ଜଣେ ଖତରନାକ ଖଳନାୟକ ଭୂମିକାରେ ଦେଖିବାକୁ ପାଇବେ। ଲମ୍ବା ଚୁଟି ରଖି ଅଧା ପୋଡା ମୁହଁରେ ତାଙ୍କ ଗେଟଅପ ଦେଖାଯିବ । ଅପରପକ୍ଷରେ ସିଦ୍ଧାନ୍ତ ଅଛନ୍ତି ନାୟକର ବଡ଼ଭାଇ ଭୂମିକାରେ । ଏହା ଏକ ପଜିଟିଭ ରୋଲ । ୧୬ ବର୍ଷ ପରେ ଏ ଦୁହେଁ କି କମାଲ୍ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/04/muna-sritam.jpg)