କନକ ବ୍ୟୁରୋ : ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପାଇଁ ଆଉ ମାତ୍ର କିଛି ଘାର ସମୟ ରହିଛି । ତେଣୁ ପ୍ରଚାରକୁ ଜୋରଦାର କରିଛନ୍ତି ପ୍ରତ୍ୟେକ ଦଳର ପ୍ରାର୍ଥୀ । ଭୋଟରଙ୍କ ସମର୍ଥନ ହାତେଇବାକୁ କୋରେଇରେ କସର ଚଳାଇଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ଆକାଶ ଦାସନାୟକ ।

Advertisment

ଆକାଶଙ୍କ ସମର୍ଥନରେ ପ୍ରଚାର କରିଛନ୍ତି ବିଜେପିର ଦିଗପହଣ୍ଡି ପ୍ରାର୍ଥୀ ତଥା ଷ୍ଟାର ପ୍ରଚାରକ ସିଦ୍ଧାନ୍ତ ମହାପାତ୍ର ଓ ଅଭିନେତା ବୁଲୁ ଦାସ । ବ୍ୟାସନଗର ପୌରାଂଚଳ କାଳୀ ମେଳଣ ପଡ଼ିଆରୁ ଶହ ଶହ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ବାହାରିି ମାରାଥନ ପ୍ରଚାର କରିଛନ୍ତି ।