ଆବଶ୍ୟକତା ଠାରୁ ଅଧିକ ମଟର ଖାଉଥିଲେ ସାବଧାନ, ଶରୀରରେ ପଡିପାରେ କୁ ପ୍ରଭାବ

229

କନକ ବ୍ୟୁରୋୂ : ବିଶେଷ କରି ଶୀତଋତୁରେ ଗ୍ରୀନ ମଟର ଓ ମଟର ଛୁଇଁ ବଜାରରେ କମ ଦାମରେ ମିଳିଥାଏ । କାରଣ ଏହି ସମୟରେ ଚାଷୀଭାଇମାନେ ଅଧିକ ମଟର ଛୁଇଁ ଅମଳ କରିଥାନ୍ତି । ମଟର ଛୁଇଁରୁ ସର୍ବାଧିକ ସ୍ୱେତଶାର ମିଳିଥାଏ । ଏହାସହ ଏଥିରେ ଅଧିକ ପରିମାଣର ଫାଇବର, ଆଣ୍ଟି ଅକ୍ସିଡେଣ୍ଟଓ ଅନେକ ପୋଷକ ତତ୍ୱ ଭରପୁର ହୋଇ ରହିଛି । ମଟରରୁ ବହୁ ମାତ୍ରାର ଏ, ଇ,ଡି ଓ ସି ଭିଟାମିନ ମଳିଥାଏ । ମଟର ଖାଇବା ଦ୍ୱାରା ରକ୍ତ ଶର୍କରା ଓ କୋଲଷ୍ଟ୍ରଲ ନିୟନ୍ତ୍ରଣରେ ରହିଥାଏ । ମଟର ଖାଇବା ଦ୍ୱାରା ଶରୀରକୁ ଅଧିକ ଲାଭ ମିଳିଥାଏ ହେଲେ ମାତ୍ରାଧିକ ମଟର ଖାଇବା ଆପଣଙ୍କ ପାଇଁ ଘାତକ ହୋଇପାରେ ।

ମଟର ଖାଇବା ଦ୍ୱାରା ଶରୀରକୁ ମିଳୁଥିବା ଭିଟାମିନ ‘କେ’ କର୍କଟ କୋଷିକାଗୁଡିକ ବୃଦ୍ଧି ପାଇବାରୁ ରୋକିଥାଏ । ମଟରରୁ ମିଳୁଥିବା ପୋଷକ ତତ୍ୱ ହାଡଗୁଡିକ ମଜବୁତ କରିବାରେ ସହାୟକ ହୋଇଥାଏ । ମଟରର ସବୁଠାରୁ ଅଧିକ ପାଶ୍ୱର୍ ପ୍ରତିକ୍ରିୟା ହେଉଛି ଏହା ଶରୀରରେ ଭିଟାମିନ ‘କେ’ ସ୍ତରକୁ ବୃଦ୍ଧି କରାଇଥଏ । ଭିଟାମିନ କେ ବଢିଲେ ଆପଣଙ୍କ ଶରୀରରେ ରକ୍ତ ପତଳା ହୋଇଥାଏ । ଯେଉଁ ଲୋକମାନଙ୍କର ପେଟ ସମସ୍ୟା ରହିଛି ସେମାନେ ଅଧିକ ମଟର ଖାଇବା ଶରୀର ପ୍ରତି ହାନିକାରକ । ସେହିଭଳି ଆଣ୍ଠୁଗଣ୍ଠି ରୋଗ ଥିବା ଲୋକ ବି ଗ୍ରୀନ ମଟର ଅଧିକ ମାତ୍ରାରେ ନଖାଇବା ଭଲ ।

ହଳଦିଆ ମଟରରେ ସର୍ବାଧିକ ପ୍ରୋଟିନ ରହିଥାଏ । ମଟରରୁ ମିଳୁଥିବା ଭିଟାମିନ ‘ଡି’ ଆପଣଙ୍କ ହାଡର ଘନତ୍ୱ ବୃଦ୍ଧି କରିବାରେ ସହାୟକ ହୋଇଥାଏ । ମାତ୍ରାଧିକ ମଟର ଖାଇବା ଦ୍ୱାରା ଆପଣଙ୍କ ଶରୀରରେ କ୍ୟାଲସିୟମର ପରିମାଣ କମ ହୋଇଯାଇଥାଏ । ଏହାଫଳରେ ଆପଣଙ୍କୁ ଠାରେ ଆଣ୍ଠୁ ଗଣ୍ଠି ସମସ୍ୟା ଦେଖାଦେଇପାରେ ।

ମାତ୍ରାଧିକ ମଟର ଖାଇବା ଦ୍ୱାରା ଏହା ଆପଣଙ୍କ ଶରୀରରେ ପୋଷକ ତତ୍ୱ ପହଂଚାଇବାରେ ବାଧା ସୃଷ୍ଟି କରିଥାଏ । ମଟରରେ ରହିଥିବା ଫାଇଟିକ୍ ଏସଡ ଓ ଲେକ୍ଟିନ ପୋଷକ ତତ୍ୱକୁ ଅବଶୋଷଣରେ ବାଧ ସୃଷ୍ଟି କରିଥାଲ । ଏହା ପାଚନ ସମସ୍ୟାରେ ବି ବାଧା ସୃଷ୍ଟି କରିଥାଏ । ଏହା ଶରୀରରେ ଥିବା ଫାଇଟେଟସ , ଜିଙ୍କ, ମ୍ୟାଗ୍ନେସିୟମ ଓ ଆଇରନର ମାତ୍ରା କମ କରିଦେଇଥାଏ । ଏହା ଆପଣଙ୍କ ଇମ୍ୟୁନ ସିଷ୍ଟମକୁ ଦୁର୍ବଳ କରିପାରେ ।

ମାତ୍ରାଧିକ ମଟର ଖାଇବା ଦ୍ୱାରା ଆପଣଙ୍କ ଓଜନ ବଢିପାରେ । ଏହା ମଟର ଖାଇବାର ଏକ ପାଶ୍ୱର୍ ପ୍ରତିକ୍ର୍ରିୟା । ମଟରରେ ଅନେକ ପ୍ରକାରର ଭିଟାମିନ ଭରି ରହିଛି । ହେଲେ ଯଦି ଆପଣ ଏହାକୁ ଆବଶ୍ୟକତା ଠାରୁ ଅଧିକ ସେବନ କରୁଛନ୍ତି ତେବେ ଆପଣଙ୍କ ଓଜନ ବଢିବା ସହ ପେଟ ସମସ୍ୟା ଦେଖାଦେଇପାରେ ।