କେଉଁମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ ଫୁଲକୋବି । ଖାଇଲେ ହୋଇପାରନ୍ତି ଅସୁସ୍ଥ ।

2,569

କନକ ବ୍ୟୁରୋ: ଶୀତଦିନେ ଫୁଲକୋବିର ପକୋଡା ଠାରୁ ଆରମ୍ଭ କରି ବିଭିନ୍ନ ବ୍ୟଞ୍ଜନ ସମସ୍ତଙ୍କୁ ଭଲଲାଗେ । ହେଲେ କିଛି ଶରୀରିକ ଅସୁସ୍ଥତା କ୍ଷେତ୍ରରେ ଏହାକୁ ଖାଇବା କ୍ଷତିକାରକ ହୋଇପାରେ । କାରଣ ଫୁଲ କୋବି ଖାଇବା ଦ୍ୱାରା ନିର୍ଦ୍ଦିଷ୍ଟ କିଛି ରୋଗ ଥିବା ବ୍ୟକ୍ତିଙ୍କ ପାଇଁ ଏହା ବିପଜ୍ଜନକ ହୋଇପାରେ ।

ଫୁଲକେବିରେ କ୍ୟାଲସିୟମ, ଫସଫରସ, ଫ୍ରୋଟିନ୍ , କାର୍ବୋହାଇଡ୍ରେଟ୍ ଓ ଆଇରନର ମାତ୍ରା ରହିଛି । ଏହାସହ ଫୁଲକୋବିରେ ଭିଟାମିନ୍ ,ବି,ସି ଓ ପୋଟାସିୟମର ମାତ୍ରା ମଧ୍ୟ ରହିଛି । ତେଣୁ ଏହାକୁ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ଭଲ । କିନ୍ତୁ କିଛି ଶରୀରିକ ସମସ୍ୟା କ୍ଷେତ୍ରରେ ଏହାକୁ ଖାଇବା ବିପଜ୍ଜନକ ହୋଇପାରେ । ଆସନ୍ତୁ ଜାଣିବା କେଉଁ ସମସ୍ୟା ଥିଲେ ଏହାକୁ ଖାଇବା ଉଚିତ ନୁହେଁ:

ଥାଇରଏଡ୍: ଆଜିକାଲି ଥାଇରଏଡ୍ ସମସ୍ୟା ଅଧିକାଂଶ ମହିଳାଙ୍କ କ୍ଷେତ୍ରରେ ଦେଖାଯାଉଛି । ଚିିକିତ୍ସା ବିଜ୍ଞାନୀଙ୍କ କହିବା ମୁତାବକ, ଥାଇରଏଡ ସମସ୍ୟା ଭୋଗୁଥିବା ବ୍ୟକ୍ତି ଏହାକୁ ଖାଇଲେ ଟି-୩ ଓ ଟି-୪ ହରମୋନର ମାତ୍ରା ବଢିଯାଏ । ଯାହା ଫଳରେ ଥାଇରଏଡ୍ ସମସ୍ୟା ଗୁରୁତର ହୋଇଯାଏ ।

ପଥୁରୀ ରୋଗ: ଗଲ ବ୍ଲାଡର କିମ୍ବା କିଡନୀରେ ପଥୁରୀ ରୋଗ ବା ଷ୍ଟୋନ୍ ସମସ୍ୟା ଥିଲେ ଫୁଲ କୋବି ଖାଆନ୍ତୁ ନାହିଁ । କାରଣ ଏଥିରେ ଥିବା କ୍ୟାଲସିୟମ୍ ଏମାନଙ୍କ ପାଇଁ କ୍ଷତିକାରକ ହୋଇପାରେ । ଏହା ବ୍ୟତୀତ ଯଦି ଆପଣଙ୍କ ଠାରେ ୟୁରିକ୍ ଏସିଡ୍ ଆବଶ୍ୟକତା ଠାରୁ ଅଧିକ ମାତ୍ରାରେ ରହୁଛି ତେବେ ଫୁଲକୋବି ଖାଇଲେ ଆପଣଙ୍କ ସମସ୍ୟା ବଢିପାରେ ।

ରକ୍ତ ଘନତା ସମସ୍ୟା: କିଛି ବ୍ୟକ୍ତିଙ୍କ ଠାରେ ରକ୍ତ ଗାଢ ହୋଇଯିବା ପରି ସମସ୍ୟା ଦେଖାଦିଏ । ଯେହେତୁ ଫୁଲକୋବିରେ ଅଧିକ ମାତ୍ରାରେ ପୋଟାସିୟମ ରହିଥାଏ ତେଣୁ ଏହାକୁ ରକ୍ତ ଘନତା ସମସ୍ୟା ଭୋଗୁଥିବା ବ୍ୟକ୍ତି ଆଦୌ ଖାଆନ୍ତୁ ନାହିଁ ।

ଗ୍ୟାସ ସମସ୍ୟା : ଏହା ବ୍ୟତୀତ ଗ୍ୟାସ ସମସ୍ୟା ଭୋଗୁଥିବା ବ୍ୟକ୍ତି ଏହାକୁ ନିଜ ଖାଦ୍ୟ ସାରଣୀରୁ ଦୂରେଇ ରଖିବା ଉଚିତ । କାରଣ ଫୁଲକୋବିରେ ରେଫିନୋଜ ରହିଛି, ଯାହା ଏକ ପ୍ରକାର କାର୍ବୋହାଇଡ୍ରେଟ୍ ଥାଏ ଯାହା ଗ୍ୟାସ ସମସ୍ୟା ଭୋଗୁଥିବା ଲୋକଙ୍କ ପାଇଁ ଅଧିକ ସମସ୍ୟା ସୃଷ୍ଟି କରେ । କହିବାକୁ ଗଲେ ପେଟ ସମସ୍ୟା ଭୋଗୁଥିବା ଲୋକେ ଏଥିରୁ ଦୂରେଇ ରହିବା ଭଲ ।