ବ୍ରିଟେନରେ ଟିକାକରଣରେ ଚିନ୍ତା ବଢାଇଲା ପାର୍ଶ୍ବ ପ୍ରତିକ୍ରିୟା : ୟୁକେ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ; ଆଲର୍ଜି ଥିବା ବ୍ୟକ୍ତିଙ୍କୁ କରାନଯାଉ ଟିକାକରଣ 

 ୨ ଜଣଙ୍କ ଠାରେ ଆଲର୍ଜି ଦେଖାଦେବା ପରେ ବଢିଲା ଚିନ୍ତା

123

କନକ ବ୍ୟୁରୋ : ବ୍ରିଟେନରେ ଟିକାକରଣ ପରେ ୨ ଅସୁସ୍ଥ । ପାଶ୍ୱର୍ ପ୍ରତିକ୍ରିୟା ଦେଖା ଦେବା ପରେ ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ ସେବା ପକ୍ଷରୁ ଚେତାବନୀ ଜାରି ହୋଇଛି । ଆଲର୍ଜି ଦେଖାଦେଉଥିବା ଲୋକଙ୍କୁ ଟିକା ଦିଆନ ଯିବାକୁ କୁହାଯାଇଛି । ପ୍ରଥମ ରାଷ୍ଟ୍ର ଭାବେ ବ୍ରିଟେନରେ ମଙ୍ଗଳବାର ଠାରୁ ଟିକାକରଣ ଆରମ୍ଭ ହୋଇଛି । ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ ବରିଷ୍ଠମାନଙ୍କୁ ଫାଇଜର ଡ଼ିକା ଡୋଜ ଦିଆଯାଇଛି । ଏହି ଟିକା ନେଇଥିବା ୨ ଜଣ ସ୍ୱାସ୍ଥ୍ୟ କର୍ମୀ ଅସୁସ୍ଥ ହୋଇପଡ଼ିଛନ୍ତି ।

ସେମାନଙ୍କ ପାଖରେ ଆଲର୍ଜି ସହିତ ପାଶ୍ୱର୍ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ବ୍ରିଟେନର ନ୍ୟାସନାଲ ହେଲ୍ଥ ସର୍ଭିସ ଏହି ଘଟଣାକୁ ସ୍ୱୀକାର କରିବା ପରେ ସରକାରଙ୍କ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଏପରିକି ସର୍ତକତା ଜାରି କରାଯାଇଛି । ଆମେରିକୀୟ ଫାର୍ମା କମ୍ପାନି ଫାଇଜର ଏବଂ ବାୟୋଏନଟେକ୍ ମିଶି ଫାଇଜର ଟିକା ପ୍ରସ୍ତୁତ କରିଛନ୍ତି । ଏହା ୯୫ ପ୍ରତିଶତ ପ୍ରଭାବୀ ଏବଂ ଏଥିରେ ସେମିତି କୌଣସି ବଡ଼ଧରଣର ପାଶ୍ୱର୍ପ୍ରତିକ୍ରିୟା ନଥିବା କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଥିଲା । ଏବେ ୨ ଜଣ ଅସୁସ୍ଥ ହୋଇଯିବା ପରେ ଘଟଣା ଭିନ୍ନ ମୋଡ଼ ନେଇଛି ।