କାର ଚାଳକଙ୍କ ପାଇଁ ବଡ ଖବର । ଏଣିକି କାର‌ରେ ସାଇଟ୍ ଏୟାରବ୍ୟାଗକୁ ବାଧ୍ୟତାମୂଳକ କଲେ ସରକାର । ନିୟମ ପାଳନ ନହେଲେ ଦୃଢ କାର୍ଯ୍ୟାନୁଷ୍ଠାନ

Advertisment
କାର ଚାଳକଙ୍କ ପାଇଁ ବଡ ଖବର । ଏଣିକି କାର‌ରେ ସାଇଟ୍ ଏୟାରବ୍ୟାଗକୁ ବାଧ୍ୟତାମୂଳକ କଲେ ସରକାର । ନିୟମ ପାଳନ ନହେଲେ ଦୃଢ କାର୍ଯ୍ୟାନୁଷ୍ଠାନ

ବର୍ତମାନ ହେଲମେଟ୍ ଚେକିଂ ଜୋରଦାର ହେଉଥିବା ବେଳେ ସରକାର ଆଉ ଏକ ନିୟମକୁ କଡାକଡି କରିଛନ୍ତି । ଏଣିକି କାରରେ ସାଇଟ୍ ଏୟାରବ୍ୟାଗ୍ ରହିବା ବାଧ୍ୟତାମୂଳକ ହେବ । କାର ଚାଳକଙ୍କ ସମେତ ଯାତ୍ରୀଙ୍କ ସୁରକ୍ଷା ଉପରେ ବି ସରକାର ଗୁରୁତ୍ୱ ଦେଇଛନ୍ତି ।

ଯାତ୍ରୀଙ୍କ ନିରାପତ୍ତା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ଏଥିପାଇଁ ବିଭିନ୍ନ ସମୟରେ ନୂଆ ନୂଆ ନିୟମ ପ୍ରସ୍ତୁତ କରାଯାଉଛି। କାର୍‌ ଯାତ୍ରୀଙ୍କ ସୁରକ୍ଷାରେ ଉନ୍ନତି ଆଣିବା ଲାଗି ଭାରତ ସରକାର ଖୁବଶୀଘ୍ର ଆଗ ସିଟରେ ବସୁଥିବା ଯାତ୍ରୀଙ୍କ ପାଇଁ ସାଇଡ୍‌ ଏୟାରବ୍ୟାଗକୁ ବାଧ୍ୟତାମୂଳକ କରିବା ଯୋଜନା ରଖିଛନ୍ତି। ଦାମୀ କାର୍‌ ଠାରୁ ଆରମ୍ଭ କରି ସୁଲଭ ମୂଲ୍ୟର କାର‌ରେ ମଧ୍ୟ ଏହି ବ୍ୟବସ୍ଥା କରାଯିବ। ବର୍ତ୍ତମାନ ବ୍ୟବସ୍ଥାରେ କେବଳ ଡ୍ରାଇଭର ପାର୍ଶ୍ବ ଏୟାରବ୍ୟାଗ୍‌ ବାଧ୍ୟତାମୂଳକ ରହିଛି। ରେନୋ କ୍ବିଡ, ଡାଟସନ ରେଡି-ଗୋ, ମାରୁତି ଅଲ୍ଟୋ ଏବଂ ଏସ-ପ୍ରେସୋ ଭଳି ଷ୍ଟାଣ୍ଡାର୍ଡ କାରରେ ଡ୍ରାଇଭର ପାର୍ଶ୍ବ ଏୟାରବ୍ୟାଗ ରହିଛି।

ତେବେ ସୁରକ୍ଷା ମାନଦଣ୍ଡ ନିର୍ଦ୍ଧାରଣ ପାଇଁ ଥିବା ସର୍ବୋଚ୍ଚ ବୈଷୟିକ କମିଟି ସବୁ କାରରେ ଆଗ ସିଟର ଯାତ୍ରୀଙ୍କ ପାଇଁ ପାର୍ଶ୍ବ ଏୟାରବ୍ୟାଗ୍‌କୁ ବାଧ୍ୟତାମୂଳକ କରିବାକୁ ସବୁଜ ସ‌ଂକେତ ଦେଇଥିବା କୁହାଯାଉଛି। ସରକାର ଏକ ଗାଡ଼ିର ସୁରକ୍ଷା ବ୍ୟବସ୍ଥା ପାଇଁ ଉଦ୍ଦିଷ୍ଟ ଅଟୋମୋଟିଭ ଇଣ୍ଡଷ୍ଟ୍ରି ଷ୍ଟାଣ୍ଡାର୍ଡ (ଏଆଇଏସ)ରେ ସଂଶୋଧନ ଆଣିବା ଲାଗି ଏକ ଚିଠା ପ୍ରସ୍ତାବ ଆଣିଛନ୍ତି। ଏହି ଚିଠା ପ୍ରସ୍ତାବ ଉପରେ ସରକାରୀ ଅଧିକାରୀମାନେ ମତ ଦେବାକୁ ଯାଇ କହିଛନ୍ତି, ବିଶ୍ବରେ ଯାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଥାଏ। ତେଣୁ ଭାରତରେ ମଧ୍ୟ ଯାତ୍ରୀଙ୍କ ସୁରକ୍ଷାରେ କୌଣସି ସାଲିସ କରାଯିବା ଉଚିତ ନୁହେଁ। ତେବେ ନୂଆ ନିୟମ କେବେଠାରୁ କାର୍ଯ୍ୟକାରୀ ହେବ ତାହା ଉପରେ ସଡ଼କ ପରିବହନ ମନ୍ତ୍ରାଳୟ ବିଚାରବିମର୍ଶ ଚଳାଇଛି। ତେବେ କାରରେ ନୂଆ ସୁରକ୍ଷା ବ୍ୟବସ୍ଥା କରିବା ଲାଗି ଅଟୋମୋବାଇଲ କମ୍ପାନି ଗୁଡ଼ିକୁ ୧ ବର୍ଷ ସମୟ ଦିଆଯାଇପାରେ ବୋଲି ଆଶା ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe