କର୍ଣ୍ଣାଟକରେ ଦେଖାଗଲା ରାଜନୈତିକ ସଂକଟ ! ସେପଟେ କଥା ଘୋଡାଇବା ପାଇଁ ନେତା କହୁଛନ୍ତି “ସବୁ ଠିକ୍ ଅଛି” ।

263

କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍ ମେଣ୍ଟରେ ବଢୁଥିବା ମତଭେଦ ମଧ୍ୟରେ ଦିଲ୍ଲୀର ଆଲାକମାନ୍ ଏବେ ଅଣ୍ଟା ଭିଡିଲାଣି । ଦୁଇ ସହଯୋଗୀ ଦଳଙ୍କ ମଧ୍ୟରେ ବିବାଦ ଉପୁଜୁଥିବାର ଖବର ମଧ୍ୟରେ ପାର୍ଟି ତରଫରୁ ଦିଲ୍ଲୀରେ କଂଗ୍ରେସର ବରିଷ୍ଠ ନେତା ଗୁଲାମ୍ ନବୀ ଆଜାଦ୍ ଏବଂ ରାଜ୍ୟ ପ୍ରଭାରୀ କେସି ବେଣୁଗୋପାଳଙ୍କୁ ବାଙ୍ଗାଲୋର୍ ପଠାଯାଇଛି । ଦୁଇ ନେତାଙ୍କୁ ଏହି ପୁରା ମାମଲା ଉପରେ ନଜର ରଖିବାକୁ କୁହାଯାଇଛି । ଏହି ଭିତରେ ଖବର ଆସିଛି ଯେ ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମେୟା ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ଏବଂ କଂଗ୍ରେସ ପ୍ରମୁଖ ଦିନେସ୍ ଗୁଣ୍ଡୁରାଓଙ୍କ ସହ ସାକ୍ଷାତକାର କରିଛନ୍ତି । ସିଦ୍ଧରମେୟା କହିଛନ୍ତି ବିଜେପିର ଧମକ ସରକାରଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ଏହି ମିଟିଙ୍ଗ୍ ଏଭଳି ଏକ ସମୟରେ ହୋଇଛି ଯେତେବେଳେ ଲୋକସଭା ନିର୍ବାଚନ ସମୟରେ ଜେଡିଏସ୍ ଏବଂ କଂଗ୍ରେସ ନେତାଙ୍କ ମଧ୍ୟରେ ଖୋଲାଖୋଲି ଭାବେ ମତଭେଦ ସାମ୍ନାକୁ ଆସିଛି । ତେବେ ବରିଷ୍ଠ ନେତାମାନେ ଏହାକୁ ଘୋଡାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ବିଜେପି ଲଗାତାର ଏହାକୁ ନେଇ ଖୁବଶୀଘ୍ର ସରକାର ଭାଙ୍ଗିବା କଥା କହୁଛି । ସରକାରଙ୍କ ଧମକରୁ ଭିନ୍ନ ଦୁଇଦଳର ନେତା କର୍ଣ୍ଣାଟକ ସରକାରରେ ସବୁ ଠିକ୍ ଅଛି ବୋଲି କହିଛନ୍ତି । ଏଥିପାଇଁ କାହାକୁ ଚିନ୍ତା କରିବା ଦରକାର ନାହିଁ ବୋଲି ମଧ୍ୟ କୁହାଯାଇଛି ।

ସୋମବାର ପୂର୍ବ ମୁଖ୍ୟମନ୍ତ୍ରୀ ବିଜେପି ରାଜ୍ୟ ପ୍ରମୁଖ ବିଏସ୍ ୟେଦୁରପ୍ପାଙ୍କ ସରକାର ଭାଙ୍ଗିବା କଥାକୁ ଖାରଜ କରିଥିଲେ । ସେ କହିଥିଲେ ତାଙ୍କ ମେଣ୍ଟ ଖୁବ୍ ଶକ୍ତ । ଲୋକଙ୍କ ଭୋଟ୍ କେନ୍ଦ୍ର ସରକାରଙ୍କ ପାଇଁ ଥିଲା ରାଜ୍ୟ ସରକାରଙ୍କୁ ଭାଙ୍ଗିବା ପାଇଁ ନଥିଲା । ୟେଦୁରପ୍ପା ଗତ ଏଳବର୍ଷର୍ ଧରି ସରକାର ଭାଙ୍ଗିବା କଥା କହୁଛନ୍ତି ଏବଂ ଆଗାମୀ ୪ ବର୍ଷ ପର୍ଯ୍ୟନ୍ତ ଏହି ଗୋଟିଏ କଥା ହିଁ କହିବେ ।