ବିଗ୍ ବି ଅମିତାଭ୍ ବଚ୍ଚନ ଅସୁସ୍ଥ । ହୋଇପାରେ ଅପରେଶନ । ବ୍ଲଗରେ ଲେଖି ଜଣାଇଲେ ବଲିଉଡ ବାଦଶାହା

427

କନକ ବ୍ୟୁରୋ : ବଲିଉଡ ର ମହାନାୟକ ଅମିତାଭ ବଚ୍ଚନଙ୍କ ଅଗଣିତ ପ୍ରଶଂସକ । ତାଙ୍କର ଗୋଟିଏ ଝଲକ ପାଇବାକୁ ପ୍ରଶଂସକ ମାନଙ୍କ ଭିତରେ ପ୍ରତିଦ୍ୱନ୍ଦିତା ଲାଗିଥାଏ । ଏହା ସହ ଅମିତାଭ୍ ବଚ୍ଚନ ସୋସିଆଲ ମିଡିଆରେ ବେସ୍ ସକ୍ରିୟ ରହିଥା’ନ୍ତି । ସେ ତାଙ୍କର ଅନୁଭବକୁ ବ୍ଲଗ ମାଧ୍ୟମରେ ଲୋକମାନଙ୍କ ପାଖରେ ପହଂଚାଇଥାନ୍ତି । ହେଲେ ଗତକାଲି ସେ ଲେଖିଥିବା ବ୍ଳଗ ପଢିବା ପରେ ପ୍ରଶଂସକ ମାନଙ୍କୁ ଝଟକା ଲାଗିଛି । ଏହି ବ୍ଲଗରେ ସେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ନଥିବା ଲେଖିଛନ୍ତି । ଏଥିଲାଗି ଅପରେଶନ ହେବାକୁ ପଡିବ ବୋଲି ସେ କହିଛନ୍ତି ।
ବିଗ୍ ବି ଙ୍କର ଏହି ବ୍ଳଗ୍ ଦେଖିବା ପରେ ଲୋକମାନେ ଚିନ୍ତିତ ହୋଇଛନ୍ତି । କାରଣ ବ୍ଳଗରେ ବିଗ୍ ବି ସବୁଦିନ ତାଙ୍କ ଜୀବନଶୈଳି ଲେଖିଥାନ୍ତି । ହେଲେ ଲୋକମାନେ ଜାଣିବାକୁ ଚାହିଁଛନ୍ତି କି ଅମିତାଭଙ୍କର ବାସ୍ତବରେ କ’ଣ ହୋଇଛି ଓ ସେ କେଉଁ ରୋଗ ପାଇଁ ଅପରେଶନ ହେବେ । ହେଲେ ଲୋକମାନେ ଏବେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛନ୍ତି ।

ସେପଟେ ଲୋକମାନଙ୍କୁ ଅନ୍ଧାରରେ ରଖିବାକୁ ଚେଷ୍ଟା କରିଛନ୍ତି ଅମିତାଭ । ସେ ଲେଖିଛନ୍ତି କି କିଛି ଆବଶ୍ୟକତା ଠାରୁ ଅଧିକ ବୃଦ୍ଧି ପାଇଛି ଯାହାପାଇଁ ଅପରେଶନ କରିବାକୁ ପଡିବ । କହିରଖୁ କି ଏହାପୂର୍ବରୁ ଅମିତାଭ ବଚ୍ଚନ କରୋନାରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେତେବେଳେ ବି ଦେଶସାରା ଲୋକ ତାଙ୍କର ଆରୋଗ୍ୟ କାମନା କରିଥିଲେ ।