କନକ ବ୍ୟୁରୋ:  ଭାଇ ଭଉଣୀଙ୍କ ଉପରେ ଚଢିଗଲ ଟ୍ରକ୍। ମେଡିସିନ୍ ଆଣିବାକୁ ଯାଇଥିବା ବେଳେ  ଟ୍ରକ ଧକ୍କାରେ ଭାଇ, ଭଉଣୀଙ୍କ ଦୁର୍ଘଟଣାରେ ଗଲା ଜୀବନ ।  ଚଣ୍ଡିଖୋଲ ଜାତୀୟ ରାଜପଥ, ମାହାଙ୍ଗା ଥାନା କୋଉଡ଼କୋଲ ପେଟ୍ରୋଲ ଟାଙ୍କି ନିକଟରେ ଏଭଳି ହୃଦୟବିଦାରକ ଦୁର୍ଘଟଣା ଘଟିଛି।

Advertisment

ମୃତକ ଭାଇ- ଭଉଣୀ ମାହାଙ୍ଗା  ବରଠା ଗାଁର। ଭାଇ ଭଉଣୀ କଳ୍ପନା ସିଂ ଓ ଶୁଭମ ସିଂ ନିଜ ଦାଦାଙ୍କ ସହିତ କୋଉଡ଼କେଲା ଛକରୁ ମେଡ଼ିସିନ କିଣି ଘରକୁ ଫେରୁଥିବା ସମୟରେ ଏକ ଅଜଣା ଟ୍ରକ ଭାଇ ଭଉଣୀଙ୍କ ଉପରେ ମାଡ଼ିଯାଇଥିଲା। ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା ବେଳେ ଦାଦା କୃପାସିନ୍ଧୁ ସିଂ ଗୁରୁତର ଅବସ୍ଥାରେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଏନେଇ ଉତ୍ତେଜନା ପ୍ରକାଶ ପାଇବା ସହିତ ରାଜପଥ ଅବରୋଧ କରିଥିଲେ ଉତ୍ତ୍ୟକ୍ତ ଲୋକ। ଘଟଣା ସ୍ଥଳରେ ମାହାଙ୍ଗା ଥାନା ପୋଲିସ ସମେତ ସାଲେପୁର ପୋଲିସ ଏସଡିପିଓ ପହଞ୍ଚି ବୁଝାସୁଝା କରିବା ପରେ ଜାତୀୟ ରାଜପଥ ରେ ଗାଡି ଚଳା ଚଳ ଏବେ ସ୍ୱାଭାବିକ ହେଉଛି।

ସେହିପରି ବଲାଙ୍ଗୀର ବେଲପଡା ନାକଟରେ ହୋଇଛି ଆଉ ଏକ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟିଲା କାର, ଜଣେ ମୃତ, ତିନି ଗୁରୁତର । ବଲାଙ୍ଗୀର ବେଲପଡା ଥାନା ତେତେଲମୁଣ୍ଡା ହାଇସ୍କୁଲର ଶିକ୍ଷକମାନେ ସ୍କୁଲ ଛୁଟି ପରେ କାରରେ ଫେରୁଥିବା ବେଳେ ମଣ୍ଡୋଦୋର ଛକରେ ଘଟିଛି ଦୁର୍ଘଟଣା। ମୃତକ ହେଲେ ତେତେଲମୁଣ୍ଡା ହାଇସ୍କୁଲର ଶିକ୍ଷୟତ୍ରୀ ପୂର୍ଣ୍ଣିମା ମିଶ୍ର, ଅନ୍ୟ ଗୁରୁତର ମାନଙ୍କ ମଧ୍ୟରୁ ଜଣେ ପାଟଣାଗଡ଼ ଚିକିତ୍ସା ହେଉଥିବା ବେଳେ ଦୁଇଜଣଙ୍କୁ ବଲାଙ୍ଗିର ସ୍ଥାନାନ୍ତର କରାଯାଇଛି । ଶିକ୍ଷକ ମାନେ ପାଟଣାଗଡ଼ରୁ ସ୍କୁଲକୁ ପ୍ରତିଦିନ ଗୋଟିଏ କାରରେ ଯିବାଆସିବା କରୁଥିଲେ।