କନକ ବ୍ୟୁରୋ : ସ୍ୱାଧୀନତା ଦିବସରେ ଅଭାବନୀୟ କାଣ୍ଡ । ଘର ସହ ଜଳିଗଲେ ଭାଇଭଉଣୀ । ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ରାଜନଗର ବ୍ଲକ ବଳରାମପୁର ଗାଁରେ । ସକାଳ ପ୍ରାୟ ସାଢ଼େ ୮ଟା ସମୟରେ ସୁକାନ୍ତ ସାହାଣୀଙ୍କ ଘରେ ଗ୍ୟାସ ଟାଙ୍କି ଫାଟିଯିବାରୁ ବିସ୍ଫୋରଣ ହୋଇଥିଲା ।
ଘର ଭିତରେ ଦୁଇ ଭାଇଭଉଣୀ ଥିବା ବେଳେ ବିସ୍ଫୋରଣରେ ଉଭୟଙ୍କ ମୃତ୍ୟୁ ହୋଇଛି । ବିସ୍ଫୋରଣ ପରେ ନିଆଁ ବ୍ୟାପିବାରୁ ଉଭୟଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇ ନଥିଲା । ମୃତକ ହେଲେ ୧୧ ବର୍ଷର ଅନୁପମା ଓ ଭାଇ ରିଷି ସାହାଣୀ । ବାପା ସୁକାନ୍ତ ରୋଜଗାର ଆଶାରେ ରାଜ୍ୟ ବାହାରେ ଦାଦନ ଖଟୁଥିବା ଜଣାପଡ଼ିଛି । ମାଆ ଅନିତା ଘର ବାହାରେ କମ କରୁଥିବା ବେଳେ ବିସ୍ଫୋରଣ ହେବାରୁ ତାଙ୍କ ଜୀବନ ମଧ୍ୟ ବର୍ତ୍ତି ଯାଇଛି । ତେବେ ଘର ସହ ଜଳିଯାଇଛନ୍ତି ଦୁଇ ଭାଇ-ଭଉଣୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/post_attachments/wp-content/uploads/2024/08/27-8.jpg)