ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣା । ସ୍ୱାଧୀନ ବିଧାୟକ ପ୍ରର୍ଥୀ ଶିବଶଙ୍କର ଥାନାରେ ଅଟକ, ସାମ୍ନାକୁ ଆସିଲା ଗଣ୍ଡଗୋଳ ସମୟର ସିସିଟିଭି ଭିଡିଓ ।

558

କନକ ବ୍ୟୁରୋ : ବ୍ରହ୍ମପୁରର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣା । ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ ଆକ୍ରମଣ କରିିଥିବା ଅଭିଯୋଗରେ ଥାନାରେ ଅଟକ ରହିଛନ୍ତି । ସାମ୍ନାକୁ ଆସିଛି ଆକ୍ରମଣ ବେଳର ସିସିଟିଭି ଭିଜୁଆଲ । ଏହି ଆକ୍ରମଣରେ ପ୍ରଦୀପଙ୍କ ବେକ ଓ ଛାତିରେ ଆଘାତ ଲାଗିଥିବା ଅଭିଯୋଗ ହୋଇଛି । ଏବେ ସେ ଏମକେସିଜି ହସ୍ପିଟାଲରେ ଭର୍ତି ହୋଇଛନ୍ତି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି ।

ମିଳିଥିବା ସୂଚନା ମୁତାବକ, ଗୋଷାଣୀ ନୂଆଗାଁର ସରକାରୀ ଉକ୍ରଳ ମଣି ହାଇସ୍କୁଲ ସ୍ଥିତ ୧୩୩ ଓ ୧୩୪ ନମ୍ବର ବୁଥରେ ପୋଲିସ ସହ ପ୍ରଦୀପ କଥା ହେଉଥିଲେ । ସେଠାରେ ସ୍ୱାଧୀନ ପ୍ରାର୍ଥୀ ଶିବଶଙ୍କର ଦାସ ମଧ୍ୟ ଉପସ୍ଥିତ ଥିଲେ । ଏହି ସମୟରେ କୌଣସି ଏକ ଘଟଣାକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ବଚସା ହୋଇଥିବା ଅଭିଯୋଗ ହୋଇଛି । ପରେ କଥା କଟିକଟିରୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଯେଉଁଥିପାଇଁ ଶିବଶଙ୍କରଙ୍କୁ ଥାନାରେ ଅଟକ ରଖିଛି ପୋଲିସ ।