କନକ ବ୍ୟୁରୋ : ମହିଳା ଏସଆଇ ପିଇଥିଲେ ଗୁଡନାଇଟ୍ ଲିକ୍ୟୁଇଡ୍ । ଡାକ୍ତରଖାନା ଦେଇଥିବା ଏତଲାରୁ ମିଳିଛି ଏଭଳି ତଥ୍ୟ । ଡାକ୍ତରଖାନାରୁ ବଲାଙ୍ଗର ମହିଳା ଏସଆଇ ନିଖୋଜ ହୋଇଯିବା ପରେ ଥାନାରେ ଏତଲା ଦେଇଛନ୍ତି ଡାକ୍ତରଖାନା କର୍ତୃପକ୍ଷ । ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ପକ୍ଷରୁ ଦିଆଯାଇଥିବା ରିପୋର୍ଟରେ ଦର୍ଶା ଯାଇଛି, ଏସଆଇ କାଜଲ ବାଗ ମଶାମରା ଗୁଡନାଇଟ୍ ଲିକ୍ୟୁଇଡ୍ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ୨୪ ତାରିଖରେ ଡାକ୍ତରଖାନାରେ ଭର୍ତ କରାଯାଇଥିଲା । ଏବଂ ଚିକିତ୍ସିତ ଅବସ୍ଥାରେ ସେ ଡାକ୍ତରଖାନାରୁ କୁଆଡେ ଚାଲିଯାଇଛନ୍ତି ।

Advertisment

ଡାକ୍ତର ଡିସଚାର୍ଜ କରିବା ଆଗରୁ ଏସଆଇ କାଜଲ କୁଆଡେ ଚାଲିଯିବା ପରେ ଥାନାରେ ଜଣାଇଛନ୍ତି ମେଡିକାଲ କର୍ତୃପକ୍ଷ । ତେବେ ପୁରୁଷ ବନ୍ଧୁଙ୍କ ସହ ଝଗଡା ହେବାରୁ ମହିଳା ପୁସିଲ ଅଧିକାରୀ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ ଏବେ ତାଙ୍କର ପତା ମିଳୁନଥିବା ବେଳେ ପୁଲିସକୁ ଖୋଜୁଛି ପୁଲିସ ।