ଓଡିଶା ରାଜ୍ୟ ଔଷଧ ନିଗମକୁ ୨୦ଟି ଅକ୍ସିଜେନ୍ କନସେନଟ୍ରେଟର ଦାନ କଲା ଶ୍ୟାମ ଷ୍ଟିଲ୍ । କରୋନା ରୋଗୀଙ୍କ ଚିକିତ୍ସାରେ ହେବ ସହାୟକ ।

112

କନକ ବ୍ୟୁରୋ: କରୋନା କାଳରେ ସହାୟତାର ବଢାଇଛି ଶ୍ୟାମ ଷ୍ଟିଲସ । ଓଡିଶା ରାଜ୍ୟ ଔଷଧ ନିଗମକୁ ୨୦ଟି ଅକ୍ସିଜେନ୍ କନସେନଟ୍ରେଟର ଦାନ କରିଛି ଶ୍ୟାମ ଷ୍ଟିଲସ । ଏହି ଅକ୍ସିଜେନ କନସେନଟ୍ରେଟର ଗୁଡିକର କ୍ଷମତା ୧୦ ଲିଟର ରହିଛି । ସାଧାରଣତଃ ଔଷଧ ନିଗମରେ ୫ କିମ୍ବା ୭ ଲିଟର କ୍ଷମତା ବିଶିଷ୍ଟ ଅକ୍ସିଜେନ୍ କନସେନଟ୍ରେଟର ରହିଛି । ଏବେ ଶ୍ୟାମ ଷ୍ଟିଲସର ସହାୟତା ପରେ ଏହି ୧୦ ଲିଟର କ୍ଷମତା ବିଶିଷ୍ଟ ଅକ୍ସିଜେନ କନସେନଟ୍ରେଟର ବେଶ୍ ସହାୟକ ହେବ ବୋଲି କୁହାଯାଉଛି । ତେବେ ଆଗକୁ ସମସ୍ତେ ଏହିପରି ସହାୟତାର ହାତ ବଢାଇବା ନେଇ କହିଛି ଶ୍ୟାମ ଷ୍ଟିଲସ ।