ହୋମିଓପାଥି ଛାତ୍ରଛାତ୍ରୀଙ୍କୁ ହାତବଢ଼ାଇଲା ଶ୍ୟାମ୍ ମେଟାଲିକ୍ସ । ଆକ୍ୱାଗାର୍ଡ ଓ କୁଲର ପ୍ରଦାନ କରି ଦୀର୍ଘଦିନର ସମସ୍ୟା ଦୂରକଲେ କମ୍ପାନୀ କର୍ତ୍ତୁପକ୍ଷ ।

81

କନକ ବ୍ୟୁରୋ: ଛାତ୍ରଛାତ୍ରୀଙ୍କ ସମସ୍ୟା ଦୂର କରିବାକୁ ଆଗେଇ ଆସିଲେ କମ୍ପାନୀ କର୍ତ୍ତୁପକ୍ଷ । ମେଡିକାଲ ଛାତ୍ରଛାତ୍ରୀଙ୍କ ଦୀର୍ଘଦିନର ସମସ୍ୟା ଦୂରକଲା ରେଙ୍ଗାଲୀ ସ୍ଥିତ ଶ୍ୟାମ୍ ମେଟାଲକ୍ସ ଆଣ୍ଡ୍ ଏନର୍ଜୀ ଲିମିଟେଡ । ସମ୍ବଲପୁର ସ୍ଥିତ ଓଡ଼ିଶା ମେଡିକାଲ କଲେଜ ଅଫ୍ ହୋମିଓପାଥି ଆଣ୍ଡ ରିସର୍ଚ୍ଚ ସେଣ୍ଟରକୁ କମ୍ପାନୀ ପକ୍ଷରୁ ୱାଟର ପ୍ୟୁରିଫାୟର ଏବଂ କୁଲର ପ୍ରଦାନ କରାଯାଇଛି । ଛାତ୍ରଛାତ୍ରୀଙ୍କ ସମସ୍ୟା ଦୂର କରିବାକୁ ଏକ ଉଦାହରଣକାରୀ ପଦକ୍ଷେପ ନେଇଛନ୍ତି କମ୍ପାନୀ କର୍ତ୍ତୁପକ୍ଷ ।

ତେବେ ଏହି ଅବସରରେ କମ୍ପାନୀର ଯୋଗଯୋଗ ମ୍ୟାନେଜର ମନୋଜ ପଣ୍ଡା, ଲିଗାଲ ମ୍ୟାନେଜର ପ୍ରମୋଦ, ସରୋଜ ନାୟକ ଓ ସୁଧୀର ସେଠଙ୍କ ସହ କଲେଜର ଅଧ୍ୟକ୍ଷ ଡକ୍ଟର ରାଜେନ୍ଦ୍ର କୁମାର ସିଂ, ଡକ୍ଟର ପ୍ରିୟଙ୍କା ପତି, ଡକ୍ଟର ଗୋପାଳଚନ୍ଦ୍ର ବେହେରା, ଡକ୍ଟର ଦିପ୍ତିକାନ୍ତ ସିଂ, ଡକ୍ଟର ଜ୍ୟୋସ୍ନାମୟୀ ମହାରଣା, ଡକ୍ଟର ବାଙ୍କନିଧି ମହାନ୍ତି, ଡକ୍ଟର ଶଙ୍କର୍ଷଣ ସାହୁ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।