ଅଭାବି ଲୋକଙ୍କୁ ସହାୟତାର ହାତ ବଢାଇଲା ଶ୍ୟାମ ମେଟାଲିକ୍ସ । ୨୦୦ ଲୋକଙ୍କୁ ବାଣ୍ଟିଲା କମ୍ବଳ 

111

କନକ ବ୍ୟୁରୋ : ଅଭାବି ଲୋକଙ୍କୁ ସହାୟତାର ହାତ ବଢାଇଛି ଶ୍ୟାମ ମେଟାଲିକ୍ସ ଆଣ୍ଡ୍ ଏନର୍ଜି । କମ୍ପାନୀ ତରଫରୁ ପ୍ରାୟ ୨୦୦ ଅଭାବି ଲୋକଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ସମ୍ବଲପୁର ନିସାନଭଙ୍ଗା ପଞ୍ଚାୟତ ଅଫିସ ପରିସରରେ ଏହି କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଛି ।

କମ୍ପାନୀର ନିର୍ଦ୍ଦେଶକ ଦେବକୁମାରଙ୍କ ନିର୍ଦ୍ଦେଶ କ୍ରମେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କମ୍ପାନୀର ମାନବ ସମ୍ବଳ ଡେପୁଟୀ ଜେନେରାଲ ମ୍ୟାନେଜର ଆରକେ ସିଂ ଓ ଅନ୍ୟ କତ୍ତୃପକ୍ଷ ଉପସ୍ଥିଥ ଥିଲେ । ଶୀତ ଦିନେ ନିଜ ସାମାଜିକ ଦାୟିତ୍ୱବୋଧକୁ ଆଖିଆଗରେ ରଖି ଏଭଳି କାମ କରିଛନ୍ତି କମ୍ପାନୀ କତ୍ତୃପକ୍ଷ ।

ଏହି ଅବସରରେ କମ୍ପାନୀର ଲୋକସମ୍ପର୍କ ମ୍ୟାନଜେର ମନୋଜ ପଣ୍ଡା, ଲିଗାଲ ମ୍ୟାନେଜର ପ୍ରମୋଦ, କର୍ମଚାରୀ ପରିଚାଳକ ସରୋଜ କୁମାର, ସୁଧିର ସେଠ, ସରୋଜ ନାୟକ, ରଶ୍ମିରଞ୍ଜନ ବେହେରା, ନିସାନଭଙ୍ଗା ପଞ୍ଚାୟତ ସରପଞ୍ଚ ତିଳୋତ୍ତମା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହିଥିଲେ ।