କନକ ବ୍ୟୁରୋ: ଟେଲି ଜଗତରେ ଶ୍ୱେତା ତିୱାରୀ ଜଣେ ଦକ୍ଷ ଅଭିନେତ୍ରୀ ଭାବେ ଜଣାଶୁଣା । ତାଙ୍କର ବେଶ୍ ଭଲ ଫ୍ୟାନ୍ସ ଫଲୋଇଙ୍ଗ ବି ରହିଛି । ବୃତ୍ତିଗତ ଜୀବନରେ ଶ୍ୱେତା ଯେତିକି ସଫଳ ବ୍ୟକ୍ତିଗତ ଜୀବନରେ କିନ୍ତୁ ସେତିକି ଅସଫଳ । ତାଙ୍କର ବ୍ୟକ୍ତିଗତ ଜୀବନ ଅନେକ ବିବାଦରେ ଘେରା । ଦୁଇ ଦୁଇଥର ବିବାହ କରିବା ପରେ ତାଙ୍କର ଦାମ୍ପତ୍ୟ ଜୀବନ ତିଷ୍ଠିନଥିଲା । ଏବେ ନିଜର ବୈବାହିକ ଜୀବନକୁ ନେଇ ଗଣମାଧ୍ୟମ ଆଗରେ ଖୋଲିଖୋଲି ମନ୍ତବ୍ୟ ଦେବାକୁ ପଛାଉନାହାଁନ୍ତି ଶ୍ୱେତା ।
ଏକ ସାକ୍ଷାତକାରରେ ବିବାହକୁ ନେଇ ନିଜ ମତାମତ ରଖିଛନ୍ତି ଶ୍ୱେତା ତିୱାରୀ । ଜୀବନରେ ଅନେକ କିଛି ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବା ପରେ ସେ ଆଉ ବିବାହକୁ ବିଶ୍ୱାସ କରୁନାହାଁନ୍ତି । ତେଣୁ ସେ ନିଜ ଝିଅକୁ ଏ ବାବଦରେ ଏକ ଭଲ ଉପଦେଶ ଦେଇଛନ୍ତି । ଜୀବନରେ କେବେ ବିବାହ ନକରିବାକୁ ଝିଅକୁ ଉପଦେଶ ଦେଇଛନ୍ତି ବୋଲି କହିଛନ୍ତି ଶ୍ୱେତା । ଝିଅ ନିଜ ଶୈଳୀରେ ଜୀବନକୁ ବଞ୍ଚିବ । କାହା ସହ ସମ୍ପର୍କରେ ରହିବାର ମାନେ ନୁହେଁ ତାହା ବିବାହ ବନ୍ଧନରେ ବାନ୍ଧି ହେବା ଉଚିତ । ତେଣୁ ବିବାହକୁ ବାଦ ଦେଇ ଏକ ସ୍ୱାଧୀନ ଜୀବନ ବଞ୍ଚିବାକୁ ଝିଅ ପଲକକୁ ଉପଦେଶ ଦେଇଥିବା ଶ୍ୱେତା ସାକ୍ଷାକାରରେ କହିଛନ୍ତି ।