ଦିଦିଙ୍କ ହାତରୁ ଖସୁଛି କି ନନ୍ଦିଗ୍ରାମ ଆସନ! ମମତାଙ୍କଠାରୁ ୧୫ ଶହ ଭୋଟରେ ଆଗୁଆ ରହିଛନ୍ତି ଶୁଭେନ୍ଦୁ ।

423

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ଚାଲିଛି ଟିଏମସି ଓ ବିଜେପି ଜୋରଦାର ଲଢେଇ । ପଶ୍ଚିମବଙ୍ଗରେ ବିଜେପିଠାରୁ ବହୁ ଆଗରେ ରହିଛି ଟିଏମସି । ହେଲେ ଏଠାକାର ବହୁ ଚର୍ଚ୍ଚିତ ଆସନ ନନ୍ଦିଗ୍ରାମରେ କିନ୍ତୁ ପଛରେ ରହିଛି ଟିଏମସି । ଯେଉଁଠି ଲଢୁଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହି ଆସନରେ ମମତାଙ୍କଠାରୁ ୧୫ ଶହ ଭୋଟରେ ଆଗୁଆ ରହିଛନ୍ତି ବିଜେପିର ଶୁଭେନ୍ଦୁ ଅଧିକାରୀ । ୪ର୍ଥ ରାଉଣ୍ଡ ଭୋଟ ଗଣତି ସୁ୍ଦ୍ଧା ଶୁ୍ଭେନ୍ଦୁଙ୍କୁ ୭,୨୮୭ ଭୋଟ ମିଳିଥିବା ବେଳେ ମମତାଙ୍କୁ ୫,୭୯୦ ଭୋଟ ମିଳିଛି ।

ତେବେ ଦେଖିବାକୁ ମିଳିଛି ଏହି ଆସନରେ ମମତାଙ୍କୁ ଜୋରଦାର ଟକ୍କର ଦେଉଛନ୍ତି ବିଜେପିର ଶୁଭେନ୍ଦୁ ଅଧିକାରୀ । ନନ୍ଦିଗ୍ରାମକୁ ଶୁଭେନ୍ଦୁ ଅଧିକାରୀଙ୍କ ଗଡ ବୋଲି କୁହାଯାଏ । ହୁଏତ ସେଥିପାଇଁ ଏଠାରେ ଭୁଭେନ୍ଦୁଙ୍କୁ ଟକ୍କର ଦେବା ମମତାଙ୍କ ପାଇଂ କାଠିକର ପାଠ ହେଉଛି । ଅନ୍ୟପକ୍ଷରେ ଆହୁରି ମୋଟ ୧୭ ରାଉଣ୍ଡ ଭୋଟ ଗଣତି ରହିଛି ଏଠାରେ । ତେବେ କଣ ଏହାରି ଭିତରେ ବାଜି ପଲଟାଇବାରେ ସଫଳ ହେବେ କି ମମତା ? ତାହା ଉପରେ ରହିଛି ସମସ୍ତଙ୍କ ନଜର ।

ରାଜ୍ୟରେ ୨୯୪ ସିଟରେ ଭୋଟ ଗଣତି ଚାଲିଛି । ତେବେ ଏଥିରେ କିନ୍ତୁ ବହୁ ଆଗରେ ରହିଛି ଟିଏମସି । ଟିଏମସି ୨୦୨ ସିଟରେ ଆଗୁଆ ରହିଥିବା ବେଳେ ବିଜେପି ୮୮ ସିଟ ହାତେଇଛି । ତେବେ ଏଥିରୁ ଜଣାପଡୁଛି ଟିଏମସି ପୁଣି ପଶ୍ଚିମବଙ୍ଗରେ ସରକାର ଗଢିପାରେ । ହେଲେ ସେପଟେ ମମତା ବାନାର୍ଜୀ ନନ୍ଦିଗ୍ରାମରେ ନିଜ ଗଡ ବଞ୍ଚାଇବାକୁ କେତେ ସଫଳ ହେଉଛନ୍ତି ତାହା ଉପରେ ରହିଛି ସମସ୍ତଙ୍କ ନଜର ।