ଆସନ୍ତାକାଲିଠୁ ସମ୍ବଲପୁର ଜିଲ୍ଳା ୧୦ ଦିନ ପାଇଁ ସଟଡାଉନ : କରୋନା ସଂକ୍ରମଣ ରୋକିବାକୁ ଦୁଇଟି ଦଫାରେ ସଟଡାଉନ ଲାଗୁ ନେଇ ଜିଲ୍ଲାପାଳଙ୍କ ଘୋଷଣା; ବନ୍ଦ ରହିବ ଦୋକାନ ବଜାର, ଗାଡି ଚଳାଚଳ

ଆଜିଠାରୁ ସମ୍ବଲପୁରରେ ୧୦ ଦିନିଆ ସଟଡାଉନ । ଅତ୍ୟାବଶ୍ୟକ ଦୋକାନକୁ ଛାଡି ବନ୍ଦ ରହିବ ଦୋକାନ ବଜାର, ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ

କନକ ବ୍ୟୁରୋ : ଆସନ୍ତାକାଲିଠୁ ସମ୍ବଲପୁର ସଟଡାଉନ । ୧୦ ଦିନ ପାଇଁ ଜିଲ୍ଳାକୁ ସଂପୂର୍ଣ୍ଣ ସଟଡାଉନ କରାଯାଇଛି । ୨୨ ତାରିଖଠୁ ୩୧ ତାରିଖ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି । କରୋନା ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ୧୦ ଦିନିଆ ସଟଡାଉନ ଦୁଇ ଦଫାରେ ଲାଗୁ ନେଇ ଘୋଷଣା । ୨୨ରୁ ୨୫ ପ୍ରଥମ ଦଫା , ୨୬ରୁ ୩୧ ଦ୍ୱିତୀୟ ଦଫାରେ ସଟଡାଉନ ଲାଗୁ ହେବ । ପ୍ରଥମ ଦଫା ସଟଡାଉନ ସମୟରେ ଜିଲ୍ଲା ଭିତରେ ଗମନାଗମନ ମନା । ଦୋକାନ ବଜାର, ସରକାରୀ,ବେସରକାରୀ ପ୍ରତିଷ୍ଠାନ ବନ୍ଦ ରହିବ । ସଟଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ । ଏହା ସହ ହସ୍ପିଟାଲ, କ୍ଲିନିକ, ଓøଷଧ ଦୋକାନ,ପେଟ୍ରୋଲ ପମ୍ପ ,କ୍ଷୀର ଦୋକାନ ଓ ରାସ୍ତା କଡ଼ ଢାବା ଖୋଲା ରହିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe