କଟକ ମହାନଗର ନିଗମ ଅଂଚଳରୁ ଉଠିଲା ସଟଡାଉନ: ଆସନ୍ତାକାଲିଠାରୁ ହେବ କଟକଣା କୋହଳ; ସକାଳ ୫ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ ଅନୁମତି

ପୂର୍ବଭଳି ବନ୍ଦ ରହିବ ଶିକ୍ଷାନୁଷ୍ଠାନ, ଧାର୍ମିକ ସ୍ଥଳ , ସିନେମା ହଲ, ଜିମନାସିୟମ ଓ ସୁଇମିଙ୍ଗ ପୁଲ

1,733

କନକ ବ୍ୟୁରୋ: କଟକ ମହାନଗର ନିଗମ ଅଂଚଳରୁ ଉଠିଲା ଲାଗୁ ହୋଇଥିବା ସଟଡାଉନ କଟକଣା । ଆସନ୍ତାକାଲିଠାରୁ ସହରରେ ସମସ୍ତ ଦୋକାନବଜାର ଖୋଲିବ । ସକାଳ ୫ଟାରୁ ସନ୍ଧ୍ୟା ୬ଟା ଯାଏଁ ଦୋକାନ ଖୋଲିବାକୁ କଟକ ମହାନଗର ନିଗମ ଅନୁମତି ଦେଇଛି । ତେବେ ସନ୍ଧ୍ୟା ୭ଟାରୁ ସକାଳ ୫ଟା ଯାଏଁ ରାତ୍ରିକାଳୀନ କଟକଣା ବଳବତ୍ତର ରହିବ ।

ଆବଶ୍ୟକ ଅନୁମତି ନେଇ ମେଡିକାଲ କାମ ପାଇଁ ଆନ୍ତଃ-ଜିଲ୍ଲା ଚଳାଚଳକୁ ଅନୁମତି ଦିଆଯାଇଛି । ସେହିଭଳି ସରକାର ଅଫିସଗୁଡିକ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଖୋଲିପାରିବ । ହୋଟେଲ ଓ ରେସ୍ତରୋଁଗୁଡିକରେ କେବଳ ପାର୍ସଲ ନେବାକୁ ଅନୁମତି ଦିଆଯାଇଛି । ତେବେ ସପ୍ତାହର ଦୁଇଦିନ ଶନିବାର ଓ ରବିବାର ସଟଡାଉନ ବଳବତ୍ତର ରହିବ । ସେହିଭଳି ରାଣୀହାଟ ମାଳିସାହି ଅଂଚଳରେ ଜାରି କରାଯାଇଥିବା କଂଟେନମେଂଟ ଅଂଚଳକୁ ବି ପ୍ରତ୍ୟାହାର କରିନିଆଯାଇଛି ।

Comments are closed.