ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଦେଶର କେତେକ ସ୍ଥାନରେ ଲାଗୁ ହୋଇପାରେ ସଟଡାଉନ୍ ଭଳି ଶକ୍ତ କଟକଣା । 

Advertisment
ଆଜି ଦିନ ୧.୪୫ରେ ମୁଖ୍ୟ ଶାସନ ସଚିବଙ୍କ ପ୍ରେସମିଟ୍ । ଲକଡାଉନ ସମ୍ପର୍କରେ ହୋଇପାରେ କି ବଡ ଘୋଷଣା ?

କନକ ବ୍ୟୁରୋ: ଦେଶର କେତେକ ସ୍ଥାନରେ ଲାଗୁ ହୋଇପାରେ ସଟଡାଉନ ଭଳି ଶକ୍ତ କଟକଣା । ଯେଉଁ ସ୍ଥାନଗୁଡିକରେ ଦୈନିକ ସଂକ୍ରମଣ ହାର ୧୦ ପ୍ରତିଶତରୁ ଅଧିକ ରହିଛି ଓ ୬୦ ପ୍ରତିଶତରୁ ଅଧିକ ରୋଗୀ ଆଇସିୟୁରେ ଭର୍ତ୍ତି ହେଉଛନ୍ତି ସେସବୁ ଅଂଚଳରେ ସଟଡାଉନ ଲାଗୁ ହୋଇପାରେ । ଏଭଳି ଅଂଚଳରେ କରୋନା ସଂକ୍ରମଣକୁ କିଭଳି ରୋକା ଯାଇପାରିବ ସେଥିପାଇଁ ମଙ୍ଗଳବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ସେହି ବୈଠକରେ ଆଲୋଚନା ପରେ  କରୋନା ହଟସ୍ପଟ ୧୫୦ଟି ଜିଲ୍ଲାରେ କିଛି ଦିନ ପାଇଁ ସଟଡାଉନ ଲାଗୁ କରିବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା । କେନ୍ଦ୍ର ଏନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ନିଷ୍ପତି ନେବ ବୋଲି କୁହାଯାଉଥିଲା । ହେଲେ, ଆଜି ଓ କାଲି ଅଧିକାଂଶ ସ୍ଥାନରେ ସପ୍ତାହନ୍ତ ଲକଡାଉନ ଲାଗୁ ହୋଇଛି । ତେଣୁ ସଂକ୍ରମଣ ଚେନ୍ ଭାଙ୍ଗିବା ପାଇଁ ସୋମବାରଠାରୁ ଆଉ କିଛି କଟକଣା  ଲାଗି ପାରେ ବୋଲି ଅନୁମାନ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe