କନକ ବ୍ୟୁରୋ: ସଟ୍ ଡାଉନ ହେବ ଶୁଣି ବଜାର ମୁହାଁ ପାରଳାଖେମୁଣ୍ଡି ବାସୀ । ଗଜପତି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରୁ ପାରଳାଖେମୁଣ୍ଡି ସମେତ ୩ ବ୍ଲକରେ ୩ ଦିନିଆ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳଙ୍କ ସଟଡାଉନ୍ ଘୋଷଣା ପରେ ଜରୁରୀ ସାମଗ୍ରୀ କିଣିବା ପାଇଁ ବଜାରକୁ ଧାଇଁ ଆସିଛନ୍ତି ପାରଳାଖେମୁଣ୍ଡି ବାସୀ ।
ପାରଳାଖେମୁଣ୍ଡି ପୌରପରିଷଦ ସମେତ ଗୁମ୍ମା, ଗୋଷାଣୀ ବ୍ଲକକୁ ସଂପୂର୍ଣ୍ଣ ସଟ ଡାଉନ୍ ଘୋଷଣା କରାଯାଇଛି । ଏହାସହ କାଶିନଗର ବ୍ଲକର ରାଣିପେଣ୍ଠ ପଂଚାୟତକୁ ମଧ୍ୟ ସଟ ଡାଉନ କରାଯିବ । ଆସନ୍ତାକାଲି ଠାରୁ ଜୁନ୍ ୩୦ ତାରିଖ ଯାଏଁ ଏହି ସବୁ ଅଂଚଳ ସଟ ଡାଉନ୍ ରହିବ । ତେଣୁ ଆଗରୁ ଜରୁରୀ ସାମଗ୍ରୀ କିଣିବାକୁ ଦୋକାନରେ ଭିଡ ଲଗାଇଛନ୍ତି ଲୋକେ । କରୋନା ସଂକ୍ରମଣ ରୋକିବା ପାଇଁ ପ୍ରଶାସନ ସଟଡାଉନ୍ ଘୋଷଣା କରିଥିବା ବେଳେ ବଜାରକୁ ଆସିଥିବା ଲୋକ ସାମାଜିକ ଦୂରତାକୁ ଭୁଲି ଯାଉଥିବା ଦେଖିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/06/7-26-1024x576-1.jpg)