ଆସନ୍ତାକାଲିଠୁ ନବରଙ୍ଗପୁର ଜିଲ୍ଲା ସଟଡାଉନ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୨ ଦିନିଆ ସଟଡାଉନ ଘୋଷଣା କଲେ ଜିଲ୍ଲାପାଳ; କେବଳ ଖୋଲା ରହିବ କ୍ଷୀର, ପରିବା ଓ ଗ୍ରୋସୋରୀ ଦୋକାନ 

149

କନକ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲା ୨ ଦିନ ପାଇଁ ସଟଡାଉନ । କରୋନା ସଂକ୍ରମଣକଚୁ ଦୃଷ୍ଟିରେ ରଖି ଜିଲ୍ଲାକୁ ୨ ଦିନିଆ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଆସନ୍ତାକାଲି ସକାଳ ୫ଟାରୁ ୨୨ ତାରିଖ ମଧ୍ୟ ରାତ୍ର ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି । କେବେଳ କ୍ଷୀର , ପରିବା ଓ ଗ୍ରୋସୋରୀ ଦୋକାନ ଖୋଲା ରହିବ । ସଟଡାଉନରେ କେବଳ ସକାଳ ୬ରୁ ଦିନ ଗୋଟାଏ ଯାଏ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ ।

ସେପଟେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୭ଦିନ ପାଇଁ କୋଟଗଡକୁ ସଟଡାଉନ ଘୋଷଣା କରାଯାଇଛି । ଷ୍ଟେଟ ବ୍ୟାଙ୍କ ଶାଖାକୁ ମଧ୍ୟ ସିଲ୍ କରାଯାଇଛି । ଏବଂ ବ୍ୟାଙ୍କ ଚାରିପାଖ, ବ୍ୟାଙ୍କ କର୍ମଚାରୀଙ୍କ ଘରମଧ୍ୟ ସାନିଟାଇଜ କରାଯାଇଛି । ବ୍ୟାଙ୍କ ଶାଖାକୁ ୧୦ଦିନ ବନ୍ଦ ରଖିବା ପାଇଁ ନିଷ୍ପତି ହୋଇଛି । ଏହାସହ ବ୍ୟାଙ୍କ କର୍ମଚାରୀଙ୍କୁ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.