କନକ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲା ୨ ଦିନ ପାଇଁ ସଟଡାଉନ । କରୋନା ସଂକ୍ରମଣକଚୁ ଦୃଷ୍ଟିରେ ରଖି ଜିଲ୍ଲାକୁ ୨ ଦିନିଆ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଆସନ୍ତାକାଲି ସକାଳ ୫ଟାରୁ ୨୨ ତାରିଖ ମଧ୍ୟ ରାତ୍ର ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି । କେବେଳ କ୍ଷୀର , ପରିବା ଓ ଗ୍ରୋସୋରୀ ଦୋକାନ ଖୋଲା ରହିବ । ସଟଡାଉନରେ କେବଳ ସକାଳ ୬ରୁ ଦିନ ଗୋଟାଏ ଯାଏ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ ।
ସେପଟେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୭ଦିନ ପାଇଁ କୋଟଗଡକୁ ସଟଡାଉନ ଘୋଷଣା କରାଯାଇଛି । ଷ୍ଟେଟ ବ୍ୟାଙ୍କ ଶାଖାକୁ ମଧ୍ୟ ସିଲ୍ କରାଯାଇଛି । ଏବଂ ବ୍ୟାଙ୍କ ଚାରିପାଖ, ବ୍ୟାଙ୍କ କର୍ମଚାରୀଙ୍କ ଘରମଧ୍ୟ ସାନିଟାଇଜ କରାଯାଇଛି । ବ୍ୟାଙ୍କ ଶାଖାକୁ ୧୦ଦିନ ବନ୍ଦ ରଖିବା ପାଇଁ ନିଷ୍ପତି ହୋଇଛି । ଏହାସହ ବ୍ୟାଙ୍କ କର୍ମଚାରୀଙ୍କୁ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/07/vlcsnap-2020-07-20-15h13m25s008.png)