ଆଜି ମଧ୍ୟାହ୍ନରୁ ଗଂଜାମ ଜିଲ୍ଲା ସଟଡାଉନ୍ । ଘରୁ ବାହାରିବା ଉପରେ ଲାଗିଲା କଟକଣା । ଅଫିସ, ଦୋକାନ, ବଜାର, ହାଟ ସବୁଥିରେ ପଡିବ ତାଲା ।

Advertisment
ଆଜି ମଧ୍ୟାହ୍ନରୁ ଗଂଜାମ ଜିଲ୍ଲା ସଟଡାଉନ୍ । ଘରୁ ବାହାରିବା ଉପରେ ଲାଗିଲା କଟକଣା । ଅଫିସ, ଦୋକାନ, ବଜାର, ହାଟ ସବୁଥିରେ ପଡିବ ତାଲା ।

କନକ ବ୍ୟୁରୋ : ଆଜି ମଧ୍ୟାହ୍ନରୁ ଗଂଜାମ ଜିଲ୍ଲା ସଟଡାଉନ୍ । ଘରୁ ବାହାରିବା ଉପରେ ଲାଗିଲା କଟକଣା । ଅଫିସ, ଦୋକାନ, ବଜାର, ହାଟ ସବୁଥିରେ ପଡିବ ତାଲା । ନିର୍ଦ୍ଦିଷ୍ଟ ଔଷଧ ଦୋକାନକୁ ଛାଡିଦେଲେ, ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନଗୁଡିକୁ ବି ବନ୍ଦ କରି ଦିଆଯାଇଛି । କେବଳ ଆଜି ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏହାକୁ କୋହଳ କରାଯିବ । ଲୋକେ ପାଦରେ ଚାଲି ଅତ୍ୟାବଶ୍ୟକ ସମାଗ୍ରୀ କିଣି ପାରିବେ । କୌଣସି ପରିସ୍ଥିତିରେ ମୋଟର ସାଇକେଲ ଚାଲିବାକୁ ଦିଆଯିବ ନାହିଁ ବୋଲି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।

publive-imageସକାଳ ୫ ଘଂଟାର କୋହଳ ସମୟରେ ଗ୍ରୋସରୀ, ପନି ପରିବା ବିକ୍ରି ହେବ । ସେମାନେ ହାଟରେ ବସି ବିକ୍ରି କରିପାରିବେ ନାହିଁ । ସାମାଜିକ ଦୂରତାକୁ ଦୃଷ୍ଟିରେ ରଖାଯିବ । ତେବେ ସହରାଂଚଳରେ ଅତ୍ୟାବଶ୍ୟକ ସାମଗ୍ରୀର ହୋମ ଡେଲିଭରି କରାଯିବା ପାଇଁ ବ୍ୟବସ୍ଥା ହୋଇଛି ।

କେବଳ ସେତିକି ନୁହେଁ, ସରକାରୀ ଓ ଘରୋଇ ଡାକ୍ତରଖାନାର ଓପିଡି ବନ୍ଦ ରହିବ । କରୋନା ଚିକିତ୍ସା ପାଇଁ ସବୁ ଡାକ୍ତରଖାନା ସଜାଗ ରହିବ, କେବଳ ଜରୁରୀ ଚିକିତ୍ସା ଚାଲିବ । ସବୁଠୁ ବଡ଼ କଥା ହେଉଛି, ଯେଉଁମାନେ ଏହି ନିୟମକୁ ଉଲଂଘନ କରିବେ, ସେମାନଙ୍କୁ ବାଧ୍ୟତାମୂଳକ ଭାବେ କ୍ୱାରେଣ୍ଟାଇନକୁ ପଠାଇ ଦିଆଯିବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପରକି ବରିଷ୍ଠ ନାଗରିକ ମାନେ ଘରୁ ବାହାରିଲେ ସେମାନଙ୍କୁ ମଧ୍ୟ କ୍ୱାରେଣ୍ଟାଇନ୍ କରି ରଖାଯିବ ବୋଲି ନିର୍ଦ୍ଦେଶନାମା ଜାରି କରିଛନ୍ତି ଗଂଜାମ ଜିଲ୍ଲାପାଳ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe