କରୋନା ପ୍ରଭାବରେ ଖାଁ ଖାଁ ଗାଁରୁ ସହର । ଦିଲ୍ଲୀରେ ଦୋକାନ ବଜାର ବନ୍ଦ, ମହାରାଷ୍ଟ୍ରରେ ୪ ସହର ଲକ୍ ଡାଉନ୍ । ଘରକୁ ଫେରିବା ପାଇଁ ବସ୍ ଓ ଟ୍ରେନ୍ ଅପେକ୍ଷାରେ ହଜାର ହଜାର ଲୋକ

488

କନକ ବ୍ୟୁରୋ: ଖାଁ ଖାଁ ସାରା ସହର । ଦିନେ ଯେଉଁ ମାଳ ମାଳ ଗାଡିମଟରର ଭିଡ ଥିଲା ସେହି ଜାଗା ଏବେ ପୁରା ଶୁନଶାନ୍ ଲାଗୁଛି । ଏହା ହେଉଛି ରାଜଧାନୀର ଏକ ଅଂଚଳ । କରୋନା ପାଇଁ ଦିଲ୍ଲାରେ ବନ୍ଦ ହୋଇଛି ସମସ୍ତ ସପିଂ ମଲ । ଦିଲ୍ଲୀରେ କରୋନା କଟକଣା ଅଧିକ କଡାକଡି କରିବାକୁ ଦିଲ୍ଲୀ ସରକାର ଏପରି ଏକ ନିଷ୍ପତି ନେଇଛନ୍ତି । ମଲ୍ ଗୁଡିକରେ ଅଧିକ ଜନଗହଳି ରହୁଥିବାରୁ ଲୋକଙ୍କ ଠାରୁ ଭୂତାଣୁ ସଂକ୍ରମଣ ଶଙ୍କା ଅଧିକ ରହିଛି । ଏହାକୁ ମୁକାବିଲା କରିବାକୁ ମଲଗୁଡିକୁ ବନ୍ଦ ଘୋଷଣା କରିଛନ୍ତି କେଜରିୱାଲ ସରକାର । ଦିଲ୍ଲୀ ସହରରେ ଚାଲିଥିବା ୩ଟି ଦିଲ୍ଲୀ ହାଟକୁ ମଧ୍ୟ ବନ୍ଦ କରି ଦିଆଯାଇଛି ।

ମଲ୍ ବନ୍ଦ ଘୋଷଣା ଆସିବା ପରେ ପରେ ରାସନ ଦୋକାନ ଗୁଡିକରେ ଭିଡ ଦେଖିବାକୁ ମିଳିଛି । କିନ୍ତୁ ଏହି ବନ୍ଦରୁ ରାସନ ଦୋକାନ ଓ ଔଷଧ ଦୋକାନ ଗୁଡିକ ବାଦ୍ ଦିଆଯାଇଥିବା କହିଛନ୍ତି କେଜ୍ରିୱାଲ ସରକାର ।

କରୋନା ମୁକାବିଲା ପାଇଁ ଲକ୍ ଡାଉନ୍, ମହାରାଷ୍ଟ୍ରରେ ୪ ସହର ବନ୍ଦ, ଲକ୍ ଡାଉନ୍ ପରେ ମୁମ୍ୱାଇ, ପୁଣେ, ପିମ୍ପରି ଓ ନାଗପୁର ପରି ସହର ଖାଲି ଖାଲି ଲାଗୁଛି । ମୁମ୍ୱାଇ, ପୁଣେ, ନାଗପୁରରେ ସମସ୍ତ ଦୋକାନ ବଜାର ଓ ଅଫିସ ବନ୍ଦ ରହିଛି । କରୋନା ମୁକାବିଲା ନେଇ ମହାରାଷ୍ଟ୍ର ସରକାରଙ୍କ ଏହେଉଛି ସବୁଠୁ ବଡ ପଦକ୍ଷେପ । ସେହିପରି ପ୍ରଥମରୁ ଅଷ୍ଟମ ଯାଏଁ ପରୀକ୍ଷାକୁ ମଧ୍ୟ ବାତିଲ ହୋଇଥିବା ବେଳେ ନବମ ଓ ଏକାଦଶ ପରୀକ୍ଷାକୁ ଅପ୍ରେଲ ୧୫ ତାରିଖ ଯାଏଁ ସ୍ଥଗିତ ରହିଛି ।

ଲକ୍ ଡାଉନ ସମୟରେ ଗ୍ରୋସେରୀ ଦୋକାନ, କ୍ଷୀର ଦୋକାନ, ବ୍ୟାଙ୍କ ପୂର୍ବ ପରି ଖୋଲା ରହିବ ବୋଲି ମହାରାଷ୍ଟ୍ର ସରକାର ଘୋଷଣା କରିଛନ୍ତି । କରୋନା ସଂକ୍ରମଣ ରୋକିବାକୁ ଏଭଳି ପଦକ୍ଷେପ ନେଇଛନ୍ତି ସରକାର ।