ସୁନ୍ଦରଗଡ଼ରେ ଶନି-ରବି ସଟଡାଉନ । ପାଟ୍ରୋଲିଂ କରୁଛି ପୋଲିସ, ଛକ ଛକରେ ହେଉଛି କଡାକଡି ଯାଞ୍ଚ ।

ସୁନ୍ଦରଗଡ଼ରେ ଶନି-ରବି ସଟଡାଉନ । ପାଟ୍ରୋଲିଂ କରୁଛି ପୋଲିସ, ଛକ ଛକରେ ହେଉଛି କଡାକଡି ଯାଞ୍ଚ ।

କନକ ବ୍ୟୁରୋ : କରୋନା ସଂକ୍ରମିତ ଶିକୁଳିକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ଗୁରୁତ୍ଵପୁର୍ଣ୍ଣ ନିଷ୍ପତ୍ତିକ୍ରମେ ଆଜି ଠାରୁ ଛତିଶଗଡ଼ ସୀମାରେ ଥିବା ୧୦ଟି ଜିଲ୍ଲା ସମେତ ସୁନ୍ଦରଗଡ଼ରେ ସପ୍ତାହାନ୍ତ ସଟଡାଉନ ଲାଗୁ ହୋଇଛି। ଶନିବାର ଓ ରବିବାର ୨ ଦିନ ସଟଡାଉନ କରାଯାଇଥିବା ଵେଳେ ଆସନ୍ତା ସୋମବାର ଠାରୁ ନାଇଟ କର୍ଫ୍ୟୁ ସନ୍ଧ୍ୟା ୬ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ପାଳନ କରାଯିବ । ସପ୍ତାହାନ୍ତ ସଟଡାଉନରେ ସମସ୍ତ ଦୋକାନ ବଜାର, ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହି ଥିବା ବେଳେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲା ରହିଛି। ବିଭିନ୍ନ ଛକରେ ପୁଲିସ ପାଟ୍ରୋଲିଂ ସହ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିଛନ୍ତି।

ଆଜି ସୁନ୍ଦରଗଡ଼ରେ ପୁଣି ୫୨୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଛତିଶଗଡ଼ ଓ ଝାରଖଣ୍ଡ ସୀମାରେ ମଧ୍ୟ ଯାଞ୍ଚ ଚାଲିଛି। ଜିଲ୍ଲା ସୀମାରେ ରହିଥିବା ୮ ଟି ସ୍ଥାନ ଟପରିଆ, ତେଲିଯୋର, ଵୀରମିତ୍ରପୁର, ରାଜଵାହାଲ, କୁତ୍ରାର ରଙ୍ଗାମାଟି, ରାଉରକେଲା ନୂଆଗାଁ ଓ ବିଶ୍ରା ସୀମା, କିଞ୍ଜିରକେଲା ସୀମା ସିକାଯୋରରେ ଯାଞ୍ଚ ଚାଲିଛି। ଯାଞ୍ଚ ସମୟରେ ଅମାନିଆଙ୍କ ଠାରୁ ଫାଇନ ଆଦାୟ କରାଯାଉଛି।

ଏହା ସହ ସଂକ୍ରମଣ ରୋକିବା ଓ ସଂକ୍ରମିତଙ୍କ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ପ୍ରଶାସନ ସୂତ୍ରରୁ ପ୍ରକାଶ। ଡିଆରଡିଏ ଛକରେ ଉପଜିଲ୍ଲାପାଳ ଅଭିମନ୍ୟୁ ଵେହେରା ଓ ତହସିଲଦାର ଯୁଗେଶ୍ବର ଭୋଇ ପ୍ରମୁଖ ଉପସ୍ଥିତ ଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe