୧୧ ଜିଲ୍ଲା ସଟଡାଉନର ଆଜି ଦ୍ୱିତୀୟ ଦିନ: ଜରୁରୀ ସେବାକୁ ବାଦ ଦେଲେ ସବୁ ବନ୍ଦ; ସଂକ୍ରମଣ ରୋକିବାକୁ ସପ୍ତାହ ଶେଷରେ ସରକାର ଲଗାଇଛନ୍ତି କଟକଣା

948

କନକ ବ୍ୟୁରୋ: କରୋନା ମୁକାବିଲା ରାଜ୍ୟରେ ୧୧ ଜିଲ୍ଲାରେ ଚାଲିଛି ଦୁଇଦିନିଆ ସଟଡାଉନ । ୧୧ ଜିଲ୍ଲାରେ ଲାଗୁ ହୋଇଛି ସାପ୍ତାହିକ ସଟଡାଉନ୍ । କରୋନା ପ୍ରଭାବ ଅଧିକ ଥିବା ୧୧ଟି ଜିଲ୍ଲା ଗଞ୍ଜାମ, ପୁରୀ, ନୟାଗଡ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ବଲାଙ୍ଗିର ସଟଡାଉନ ରହିଛି । ଏହି ସମୟରେ କେବଳ ଜରୁରୀକାଳୀନ ସେବା ଜାରି ରହିବ । ଡାକ୍ତରଖାନା ଓ ଔଷଧ ଦୋକାନ ଖୋଲା ରହିବ । ପେଟ୍ରୋଲ ପମ୍ପ ମଧ୍ୟ ଖୋଲାରହିବ ।

ସଟଡାଉନ ସମୟରେ ଏହି ୧୧ଟି ଜିଲ୍ଲାରେ ମ୍ୟୁନିସପାଲ ପ୍ରଶାସନ, ଦମକଳ ସେବା, ଶକ୍ତି ବିଭାଗ, ଟେଲିଫୋନ ସେବା ,ଜଳ ଯୋଗାଣ ଓ ବିଦ୍ୟୁତ ସେବା ଜାରି ରହିବ । ମାଲ ପରିବହନ କରୁଥିବା ଯାନ ଉପରେ କୈାଣସି କଟକଣା ନାହିଁ । ଶିଳ୍ପାନୁଷ୍ଠାନ, ସର୍ଭିସ ସେକ୍ଟର ଚାଲୁ ରହିବ । ହୋଟେଲ ଓ ହସ୍ପିଟାଲିଟି ସେବାକୁ ବି ଅନୁମତି ଦେଇଛନ୍ତି ସରକାର । ପବ୍ଲିକ ଟ୍ରାନସପୋର୍ଟ ଯାନ ଓ ଟାକ୍ସି ସେବା ଜାରି ରହିବ ଲୋକେ ବସଷ୍ଟାଣ୍ଡ, ରେଳଷ୍ଟେସନ ଓ ବିମାନ ବନ୍ଦରକୁ ଯାତାୟତ କରିପାରିବେ । ସଟଡାଉନ ପରେ ବିଭିନ୍ନ ସ୍ଥାନରେ ଯାଂଚ ପ୍ରକ୍ରିୟାକୁ କଡାକଡି କରାଯାଇଛି ।