କନକ ବ୍ୟୁରୋ: ଭୁବନେଶ୍ୱର ଭଳି ସଟଡାଉନ ହେବ ୩ ଜିଲ୍ଲା । ବାଲେଶ୍ୱର, ଭଦ୍ରକ, ଯାଜପୁରରେ ୬୦ ଘଣ୍ଟିଆ ସଟଡାଉନ ରାଜଧାନୀ ଭୁବନେଶ୍ୱର ଭଳି କରାଯିବ । କରୋନା ମୁକାବିଲା ପାଇଁ ଭୁବନେଶ୍ୱରରେ ଯେମିତି ବଡ ପଦକ୍ଷେପ ନିଆଯାଇଥିଲା ଠିକ ସେମିତି ଭାବେ ଏହି ୩ ଜିଲ୍ଲାରେ କଟକଣା ଲାଗୁହେବ ।
ତେବେ ସଟଡାଉନ ସମୟରେ ଜରୁରୀକାଳୀନ ସେବା ଯଥା ମେଡିକାଲ କାମ ଛଡା ଆଉ ଅନ୍ୟ କୌଣସି କାମରେ କେହି ବାହାରକୁ ବାହାରି ପାରିବେନି । କିଛି ଔଷଧ ଦୋକାନ ଖୋଲା ରହିବା ଛଡା ଆଉ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଗାଡି ଚଳାଚଳା ସହ ଆଉ ସମସ୍ତ କାର୍ଯ୍ୟକ୍ରମ ବନ୍ଦ ରହିବା ଉପରେ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେବେ । ତେବେ ସଟଡାଉନ ସମୟରେ ସମସ୍ତ ଅଞ୍ଚଳକୁ ସାନିଟାଇଜ କରାଯିବ । ଟେଷ୍ଟିଂକୁ ଅଧିକ ଗୁରୁତ୍ୱ ଦିଆଯିବ ।
ସେପଟେ ସଂକ୍ରମଣ ରୋକିବାକୁ ସବୁ ସରପଞ୍ଚମାନଙ୍କୁ ନିଜ ଅଞ୍ଚଳରୁ ସନ୍ଦିଗ୍ଧଙ୍କୁ ଖୋଜିବାକୁ କୁହାଯାଇଛି । ଯେଉଁମାନେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ସ୍ୱଇଚ୍ଛାରେ ଆସି ତଥ୍ୟ ଦେବାକୁ ସରକାର ଆହ୍ୱାନ ଦେଇଛନ୍ତି । ଯଦି କେହି ନଆସନ୍ତି ତେବେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ତେବେ ଗତ ୫ ଦିନରେ ୩ ଜିଲ୍ଲାର ପରିସ୍ଥିତି ଚିନ୍ତା ବଢାଇ ଦେଇଛି । ୩ ଜିଲ୍ଲାରୁ ୩୩ ଜଣ ଆକ୍ରାନ୍ତ ଚିହ୍ନଟ ହେବା ରାଜ୍ୟ ପାଇଁ ଚିନ୍ତା ଜନକ ସ୍ଥିତି ଆଣିଛି । ତେଣୁ ଏ ସବୁ ଜିଲ୍ଲାରେ ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ପାଇଁ ସରକାର ସଟଡାଉନ କରିଛନ୍ତି । ପଶ୍ଚିମବଙ୍ଗରୁ ଆସିଥିବା ଆକ୍ରାନ୍ତ ଓ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ଭୁବନେଶ୍ୱର ପରି ସଟଡାଉନ ହିଁ ଏକମାତ୍ର ବାଟ ତେଣୁ ୩ ଜିଲ୍ଲାରେ ଆଜି ରାତି ୧୦ଟାରୁ ୨୬ ତାରିଖ ସକାଳ ୧୦ଟା ଯାଏଁ ୬୦ ଘଣ୍ଟିଆ ସଟଡାଉନ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/16-8.jpg)
/kanak/media/post_attachments/wp-content/uploads/2020/04/SHUT-DOWN_00000.png)
/kanak/media/post_attachments/wp-content/uploads/2020/04/13-9.jpg)