କନକ ବ୍ୟୁରୋ: ସଟଡାଉନ ସମୟରେ ରାଜଧାନୀରେ ସବୁ ବନ୍ଦ ଥିବା ବେଳେ ଖୁଲମଖୁଲା ବାରରେ ଚାଲିଛି ମଦ ବେପାର । ଏମିତି ଏକ ଭିଡିଓ ଆଜି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଆମ ପାଖରେ ଏହି ଭିଡିଓ ପହଂଚିବା ପରେ ଆମେ ଏହାର ସତ୍ୟାସତ୍ୟ ଯାଂଚ କଲୁ ।
ଏକ ଦାୟିତ୍ୱବାନ ଗଣମାଧ୍ୟମ ହିସାବରେ ଭିଡିଓ ପଛର ସତ ଜାଣିବା ପରେ ଏହି ଚିତ୍ରକୁ ଆମେ ଆପଣଙ୍କ ଆଗରେ ରଖୁଛୁ । ଆମ ପ୍ରତିନିଧି ଘଟଣା ସ୍ଥଳରେ ପହଂଚିବାବେଳକୁ ବିଏମସି ଏବଂ ପୋଲିସ ଅଧିକାରୀ ସେଠାରେ ରେଡ କରିବାର ଚିତ୍ର ଦେଖିବାକୁ ମିଳିଛି । ଭୁବନେଶ୍ୱର ଗ୍ୟାରେଜ ଛକରେ ଥିବା ହୋଟେଲ ଉତ୍କଳ ଇନରେ ଖୋଲାଖୋଲି ଚାଲିଥିଲା ମଦ ବେପାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/28-7.jpg)
/kanak/media/post_attachments/wp-content/uploads/2020/08/collage-5.jpg)