କନକ ବ୍ୟୁରୋ : ଟିମ୍ ଇଣ୍ଡିଆକୁ ବଡ ଝଟକା । ଜବରଦସ୍ତ ଫର୍ମରେ ଥିବା ଟିମ୍ ଇଣ୍ଡିଆର ୟଙ୍ଗଷ୍ଟାର ଶୁବମନ ଗିଲଙ୍କୁ ଡେଙ୍ଗୁ । ବିଶ୍ୱକପରେ ଭାରତ ନିଜ ଅଭିଯାନ ଆରମ୍ଭ କରିବାକୁ ଯାଉଥିବା ବେଳେ ପ୍ରଥମ ମ୍ୟାଚ୍ ପୂର୍ବରୁ ଦଳ ପାଇଁ ଆସିଛି ଚିନ୍ତାଜନକ ଖବର । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଗିଲ୍ ଖେଳିବା ନେଇ ମଧ୍ୟ ଆଶଙ୍କା ଦେଖାଦେଇଛି । ରକ୍ତନମୂନା ପରୀକ୍ଷା କରାଯିବା ପରେ ଶୁବମନ ଗିଲ୍ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Advertisment

ଆସନ୍ତା ୮ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ନିଜ ପ୍ରଥମ ମ୍ୟାଚ୍ ଖେଳିବ ଭାରତ । ଯଦି ଗିଲ୍ ଖେଳିବାକୁ ଅସମର୍ଥ ହୁଅନ୍ତି, ତେବେ ଅଧିନାୟକ ରୋହିତ ଶର୍ମାଙ୍କ ସହ କିଏ ପାଳି ଆରମ୍ଭ କରିବ ଏବେ ତାକୁ ନେଇ ଚର୍ଚ୍ଚା । ଏସିଆ କପ୍ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଦମଦାର ଫର୍ମରେ ନଜର ଆସିଥିଲେ ଶୁବମନ୍ । ବ୍ୟାକ୍ ଟୁ ବ୍ୟାକ୍ ସେଂଚୁରୀ ମାରିଥିଲେ ଏହି ଷ୍ଟାର ବ୍ୟାଟର ।