କନକ ବ୍ୟୁରୋ : ଭାରତୀୟ ବ୍ୟାଟ୍ସମ୍ୟାନ ଶୁଭମନ ଗିଲ୍ ୨୦୨୩ ଆଇପିଏଲ ସିଜିନ ପୂର୍ବରୁ ଗୁଜରାଟ ଟାଇଟନ୍ସ ଛାଡିଦେଇଛନ୍ତି । ସେ ୨୦୨୨ ଆଇପିଏଲ ସିଜିନରେ ଗୁଜରାଟ ଟାଇଟନ୍ସରେ ଯୋଗ ଦେଇଥିଲେ । ହାର୍ଦ୍ଧକ୍ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଗୁଜରାଟ ଟାଇଟନ୍ସ ଡେବ୍ୟୁ ସିଜିନରେ ଭଲ ପ୍ରଦର୍ଶନ କରି ଆଇପିଏଲ ଚମ୍ପିଅନ ହୋଇଥିଲା । ଗିଲ୍ ୧୬ ଟି ମ୍ୟାଚ ଖେଳି ୪୮୩ ରନ କରିବାରେ ସଫଳ ହୋଇଥିଲେ । ସେ ଟିମ୍ ଛାଡିଥିବା ନେଇ ଗୁଜରାଟ ଟାଇଟନ୍ସର ଅଫିସିଆଲ ଟ୍ୱିଟରରେ ସୂଚନା ଦିଆଯାଇଛି । ୨୦୨୨ ରେ ଗୁଜରାଟ ଟାଇଟନ୍ସ ଶୁଭମନ ଗିଲକୁ ୮ କୋଟି ଟଙ୍କାରେ କିଣିଥିଲା । ଗିଲ୍ ଗୁଜରାଟ ଟାଇଟନ୍ସ ପୂର୍ବରୁ କୋଲକତା ନାଇଟ ରାଇଡର୍ସ ପାଇଁ ଖେଳୁଥିଲେ ।

Advertisment

ଗୁଜରାଟ ଟାଇଟନ୍ସର ଫ୍ରାଞ୍ଚାଇଜ ନିଜର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡଲରେ ଗିଲକୁ ଟ୍ୟାଗ କରି ଲେଖିଛି କି, ଆମ ସହିତ ଆପଣଙ୍କର ଯାତ୍ରା ମନେ ରହିବ, ଏହାସହ ତୁମର ଆଗାମୀ ଭବିଷ୍ୟତ ପାଇଁ ଶୁଭକାମନା । ସେପଟେ ଗିଲ ବି ଏହି ଟ୍ୱିଟ୍ ଉପରେ ରିଟ୍ୱିଟ କରିଛନ୍ତି ।