ନିଜକୁ ଗଧ କହିବା ଶହ ଶୁଭେନ୍ଦୁ ଅଧିକାରୀଙ୍କୁ ଗଦ୍ଦାର କହିଲେ ମମତା । କହିଲେ ଲୁଟିଛନ୍ତି ୫ ହଜାର କୋଟି । ମେଦିନାପୁରବାସୀଙ୍କ ସହ କରିଛନ୍ତି ପ୍ରତାରଣା

277

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ନିର୍ବାଚନୀ ପ୍ରଚାର ଜୋର ଧରିଥିବା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ଜନସଭାକୁ ସମ୍ବୋଧିତ କରି ନିଜକୁ ଗଧ କହିବା ସହ ଶୁଭେନ୍ଦୁ ଅଧିକାରୀଙ୍କ ଗଦ୍ଦାର କହିଛନ୍ତି । ସେ  କହିଥିଲେ କି ମୁ ଗୋଟିଏ ଗଧ । ମୁଁ ଜାଣିପାରିଲି ନାହିଁ ପଶ୍ଚିମବଙ୍ଗରେ ବିଜେପି କେମିତି ଏତେ ଆଗକୁ ଚାଲିଗଲା । ସେପଟେ ତୃଣମୂଳ ଛାଡି ବିଜେପିରୁ ପ୍ରାର୍ଥୀ ହୋଇଥିବା ମମତା ସରକାରର ମନ୍ତ୍ରୀ ଥିବା ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି  ଦିଦି । ସେ କହିଛନ୍ତି କି ଶୁଭେନ୍ଦୁ ଜଣେ ଗଦ୍ଦାର, ସେ ସରକାରୀ ବ୍ୟାଙ୍କ ଓ ରାଜକୋଷରୁ ପାଖା ପାଖି ୫ ହଜାର କୋଟି ଟଙ୍କା ଲୁଟି ନେଇଛନ୍ତି ।

ପୂର୍ବ ମେଦିନାପୁରର ଦକ୍ଷିଣ କୋଟାଇ ଠାର ଏକ ନିର୍ବାଚନୀ ସଭାକୁ ଉଦବୋଧନ ଦେଇ ମମତା ବାନାର୍ଜୀ କହିଥିଲେ କି ମୁଁ ନିଜକୁ ଗଧ ବୋଲି ଭାବୁଛି । ଏହାର କାରଣ ଦର୍ଶାଇବାକୁ ଯାଇ ସେ କହିଥିଲେ କି ବିଜେପି ରାଜ୍ୟରେ ଏତେ ଆଗକୁ ଚାଲିଗଲା ଓ କ୍ଷମତାରେ ଥିବା ବେଳେ ଶୁଭେନ୍ଦୁ ଅଧିକାରୀ ସରାକରୀ ବ୍ୟାଙ୍କ ଓ ରାଜ୍ୟ ରାଜକୋଷରୁ ୫ ହଜାର କୋଟି ଟଙ୍କା ଲୁଟି ନେଲେ ତାହା ମୁଁ ଜାଣିପାରିଲି ନାହିଁ ।
ଏବେ ସମୟ ଆସିଛି ଶୁଭେନ୍ଦୁ ଅଧିକାରୀ ଭଳି ଜଣେ ଶୋଷଣକାରୀ କବଳରୁ ମେଦିନାପୁରର ଲୋକଙ୍କୁ ମୁକ୍ତି ଦେବାର । ‘ମୁଁ ମେଦିନାପୁର ଲୋକଙ୍କ ପାଇଁ ଅନେକ କାମ କରିଛି ହେଲେ ଗଦ୍ଦାର ଶୁଭେନ୍ଦୁ ତା’ର ଶ୍ରେୟ ନେଇଗଲା’ ବୋଲି ମମତା କହିଛନ୍ତି । ଅନ୍ୟପଟେ ଦୀଘା ଗେଟ୍ ରୁ ମମତାଙ୍କ ନାମ ହଟାଇ ଶୁଭେନ୍ଦୁ ନିଜ ନାମ ଲେଖିଥିବା କଥା ମମତା ଅଭିଯୋଗ କରିବା ସହ ଏବେ ସମୟ ଆସିଛି ମେଦିନାପୁରର ଲୋକେ ତାହାର ସଠିକ୍ ଜବାବ୍ ଦେବେ ବୋଲି ସେ କହିଛନ୍ତି ।

ସେପଟେ ଆଜି ବାଙ୍କୁଡା ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନିର୍ବାଚନୀ ରାଲିକୁ ସମ୍ବୋଧି୍ତ କରି ମମତାଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ସେ କହିଛନ୍ତି କି ୧୦ ବର୍ଷ ହେବ ଦିଦି ପଶ୍ଚିମବଙ୍ଗ ଲୋକଙ୍କ ଜୀବନ ଜୀବୀକା ସହ ଖେଳିଛନ୍ତି ହେଲେ ଏବେ ସେ ଖେଳ ଶେଷ ହେବ ।
କହିରଖୁ କି ଆଜି ଗୃହମନ୍ତ୍ରୀ ଅମିତ ଶାହା ବି ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି । ସଂନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ତା’ର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିବ ବୋଲି ସୂଚନା ମିଳିଛି ।