ଚତୁର୍ଥ ପର୍ଯ୍ୟାୟରେ ୩୪୯ ପ୍ରାର୍ଥୀ । ୧୨୧ ଜଣ କୋଟିପତି ପ୍ରାର୍ଥୀ । ଶୁଭାସିନୀ ଜେନା ସବୁଠୁ ଧନୀ ପ୍ରାର୍ଥୀ ।

720

କନକ ବ୍ୟୁରୋ: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ରହିଛନ୍ତି ୩୪୯ପ୍ରାର୍ଥୀ । ଏମାନଙ୍କ ମଧ୍ୟରୁ ୮୮ଜଣଙ୍କ ନାରେ ରହିଛି ଜଘନ୍ୟ ଅପରାଧିକ ମାମଲା । ୧୭ଜଣ ପ୍ରାର୍ଥୀଙ୍କ ନାରେ ହତ୍ୟା ଉଦ୍ୟମ ମାମଲା ରହିଥିବା ବେଳେ ୨ଜଣଙ୍କ ନାରେ ଦୁଷ୍କର୍ମ ମାମଲା ରହିଛି । ସେହିପରି ୩୪୯ପ୍ରାର୍ଥୀଙ୍କ ମଧ୍ୟରୁ ୧୨୧ଜଣ କୋଟିପତି ପ୍ରାର୍ଥୀ ରହିଛନ୍ତି । ବିଜେଡିର ବସ୍ତା ପ୍ରାର୍ଥୀ ଶୁଭାସିନୀ ଜେନା ହେଉଛନ୍ତି ସବୁଠାରୁ ଧନୀ ପ୍ରାର୍ଥୀ । ତାଙ୍କର ୧୩୫କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତି ରହିଛି । ସେହିପରି ମୟୁରଭଞ୍ଜ ଉଦଳାର ସ୍ୱାଧୀନ ପ୍ରାର୍ଥୀ ବେଣୁଧର ମହାପାତ୍ରଙ୍କ ପାଖରେ ରହିଛି ମାତ୍ର ୬୪୫ଟଙ୍କା । ତେବେ ବିଜୁ ଜନତା ଦଳରେ ସବୁଠାରୁ ଅଧିକ କୋଟିପତି ପ୍ରାର୍ଥୀ ରହିଛନ୍ତି । ୩୭ ଜଣ କୋଟିପତି ପ୍ରାର୍ଥୀ ରହିଛନ୍ତି ବିଜେଡିର । ବିଜେପିର ୩୦ଜଣ କୋଟିପତି ପ୍ରାର୍ଥୀ ଥିବା ବେଳେ କଂଗ୍ରେସର ୨୧ଜଣ କୋଟିପତି ପ୍ରାର୍ଥୀ ରହିଛନ୍ତି । ଚତୁର୍ଥ ପର୍ଯ୍ୟାୟରେ ସବୁଠାରୁ ବୟସ୍କ ପ୍ରାର୍ଥୀ ହେଉଛନ୍ତି ନିରଞ୍ଜନ ପଟ୍ଟନାୟକ । ୮୧ ବର୍ଷ ବୟସରେ ନିର୍ବାଚନ ଲଢୁଛନ୍ତି ନିରଞ୍ଜନ ପଟ୍ଟନାୟକ ।