କନକ ବ୍ୟୁରୋ: ଅଖ୍ୟାତ ପଲ୍ଲୀରୁ ଜାତୀୟସ୍ତରର ବଡି ବିଲ୍ଡର । ନିଶା ପାଇଁ ପେଶା ମଧ୍ୟ ଛାଡ଼ିଦେଲେ । ଆଉ ଶେଷରେ ସେଇ ନିଶା ଆଜି ତାଙ୍କୁ ଦେଇଛି ଅନନ୍ୟ ପରିଚୟ । ଇଏ ହେଉଛନ୍ତି ଢ଼େଙ୍କାନାଳ ଜିଲ୍ଲା ସଦର ବ୍ଲକ ମାଣିପୁର ପଞ୍ଚାୟତର ୨୧ ବର୍ଷୀୟ ଯୁବକ ଶୁଭଙ୍କର ରାଉତ । ପିଲାଦିନୁ ଶୁଭଙ୍କର ଜଣେ ଆଗ ଧାଡ଼ିର ବଡି ବିଲ୍ଡର ହେବା ପାଇଁ ଇଚ୍ଛା ରଖିଥିଲେ । ହେଲେ ଘର ଲୋକଙ୍କ ଇଛା ଥିଲା ଶୁଭଙ୍କର ପାଠପଢ଼ି ଭଲ ଚାକିରୀ କରନ୍ତୁ । ଶେଷରେ ଶୁଭଙ୍କର ପରିବାର ଲୋକଙ୍କ ଇଛା ଅନୁସାରେ ପାରା ମେଡିକାଲ ପାଠ ପଢ଼ିଥିଲେ । ଆଉ ପାଠ ପଢ଼ା ସାରିବା ପରେ ଆପୋଲୋ ହସ୍ପିଟାଲରେ ଚାକିରୀ ମଧ୍ୟ କରିଥିଲେ ।

Advertisment

ପାଠପଢ଼ା ସହିତ ଶୁଭଙ୍କର ଇଛା ଥିଲା ବଡି ବିଲଡର ହେବା ପାଇଁ । ସେଥିପାଇଁ ବଳକା ସମୟରେ ସେ ନିଜକୁ ପ୍ରସ୍ତୁତ ମଧ୍ୟ କରିଥିଲେ । ଆଉ ଶେଷରେ ନିଜର ଦୃଢ଼ ମନୋବଳ ଆଉ ଇଛା ଶକ୍ତି ପାଇଁ ସେ ଯାହା ସ୍ୱପ୍ନ ଦେଖୁଥିଲେ ତାକୁ ସତ ଭାବେ ପ୍ରମାଣିତ କରିଛନ୍ତି । ଶୁଭଙ୍କର ଜାତୀୟସ୍ତରରେ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଓ ମେନସ ଫିଜିକ୍ସିରେ ପାଇଛନ୍ତି ସ୍ୱର୍ଣ୍ଣ ଓରୌପ୍ୟ ପଦକ । ଏହି ସଫଳତା ପାଇବା ପରେ ଏବେ ତାଙ୍କ ଜନ୍ମମାଟି ମାଣିପୁର ଓ ନିଜ ପରିବାରରେ ଖେଳିଯାଇଛି ଖୁସିର ଲହରୀ ।