କନକ ବ୍ୟୁରୋ: ବହିଷ୍କାର ପରେ ଧାରଣାରେ ବସିଲେ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଶ୍ରୀୟାସ୍ମିତା ପଣ୍ଡା । କହିଛନ୍ତି, ଦଳ ବିରୋଧୀ କାର୍ଯ୍ୟରେ ତାଙ୍କର କୌଣସି ସଂପୃକ୍ତି ନାହିଁ । ବିନା କାରଣ ଦର୍ଶାଇ ଦଳକୁ କଢ଼ାଯାଇଥିବା ଅଭିଯୋଗ କରିଛନ୍ତି ଶ୍ରୀୟା । ପିସିସି ସଭାପତି, ଶୃଙ୍ଖଳା କମିଟି ଅଧ୍ୟକ୍ଷ ଏବଂ ମିଡିଆ ସେଲ ଅଧ୍ୟକ୍ଷଙ୍କ ବିରୋଧରେ ଏଫଆଇଆର ଦେବା ସହ ଆତ୍ମହୁତି କରିବାକୁ ଚେତାବନୀ ଦେଇଛନ୍ତି ଶ୍ରୀୟା ।
ତେବେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ ମାମଲାରେ କାର୍ଯ୍ୟାନୁଷ୍ଠାନ ହେଇଛି । ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ୫ କଂଗ୍ରେସ କର୍ମକର୍ତ୍ତାଙ୍କୁ ବହିଷ୍କାର କରିଛି ଦଳ । ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରିଛନ୍ତି ପିସିସି ସଭାପତି । ଗତ ଜୁନ ୨୧ରେ ଶରତ ପଟ୍ଟନାୟକ କଂଗ୍ରେସ ଭବନରେ ନିଜ ଚ୍ୟାମ୍ବରରେ ବସିଥିବା ବେଳେ କିଛି ଅସନ୍ତୁଷ୍ଟ ଗୋଷ୍ଠୀର ଯୁବକମାନେ ହଠାତ୍ ତାଙ୍କ ଚ୍ୟାମ୍ବରକୁ ପଶି ଆସିଥିଲେ । ପିସିସି ସଭାପତିଙ୍କ ଉପରେ ଯୁବକମାନେ କାଳିମାଡ଼ କରିଥିଲେ ଓ ପରେ ସେଠାରୁ ପଳାଇ ଯାଇଥିଲେ । ଏବେ ସେହି କାଳିମାଡ଼ ମାମଲାରେ କାର୍ଯ୍ୟାନୁଷ୍ଠାନ ନେଇଛି କଂଗ୍ରେସ । ବହିଷ୍କୃତ ହୋଇଥିବା କର୍ମକର୍ତା ମାନେ ହେଲେ, ପ୍ରକାଶ ମିଶ୍ର୍, ଶ୍ରୀୟାସ୍ମିତା ପଣ୍ଡା, ସନ୍ଦିପ ରାଉତରାୟ, ଅମରେଶ ପରିଡା ଓ ଆରୟନ ସାମଲ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/06/Screen-Shot-2024-06-23-at-3.19.30-PM.png)